ଓଡ଼ିଆ ନ୍ୟୁଜ୍: ବଳଦେବଜୀଉ ମନ୍ଦିର ପରିକ୍ରମା ପ୍ରକଳ୍ପ ଖୁବ୍ ଶୀଘ୍ର ହେବ କାର୍ଯ୍ୟକାରୀ।ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ଭଳି ତୁଳସୀକ୍ଷେତ୍ରର ଶ୍ରୀବଳଦେବଜୀଉ ପରିକ୍ରମା ପ୍ରକଳ୍ପ ହେବ। ଶ୍ରୀବଳଦେବଜୀଉଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ନିର୍ମାଣ କାମ ଖୁବ୍ ଶୀଘ୍ର ଆରମ୍ଭ ହେବ। ଚଳିତ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ।
ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ଭିତ୍ତିଭୂମି ବାବଦକୁ ରାଜ୍ୟ ସରକାର ପ୍ରାୟ ୧୦୦କୋଟି ଟଙ୍କାର ବଜେଟ୍ ରଖିଛନ୍ତି। ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ନେଇ ଆଜି ସମୀକ୍ଷା ପରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପରିକ୍ରମା ପ୍ରକଳ୍ପ ଓ ଉନ୍ନତିକରଣ ନିମନ୍ତେ ଆର୍ଥିକ ବଜେଟ ଅଟକଳ ଓ ଡିପିଆର ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଜି ରାଷ୍ଟ୍ରୀୟ ଭାଜପା ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବଳଦେବଜୀଉଙ୍କ ପୀଠର ପରିକ୍ରମା ପ୍ରକଳ୍ପ, ସମ୍ପୂର୍ଣ୍ଣ ଉନ୍ନତିକରଣ, ମନ୍ଦିରର ଭଣ୍ଡାର ଗୃହ, ଭୋଗ ମଣ୍ଡପ ଓ ପୋଖରୀର ସୌନ୍ଦର୍ଯ୍ୟୀକରଣ ବିଷୟରେ ଆଲୋଚ଼ନା ହୋଇଛି।