ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟଙ୍କ ନୂଆ ପୋଷ୍ଟ

0

ଓଡ଼ିଆ ନ୍ୟୁଜ୍: ପରିବାରଠାରୁ ଅଲଗା ହେବା ନେଇ ନୂଆ ପୋଷ୍ଟ। ମୋତେ ଅନାଥ କରିଦିଆଗଲା: ରୋହିଣୀ ଆଚାର୍ଯ୍ୟ।ଗାଳିଗୁଲଜ କରି ଖରାପ ବୋଲି କୁହାଗଲା।‘ମୁଁ ବାପାଙ୍କୁ ଖରାପ କୀଡ୍‌ନୀ ଦେଇଥିଲି କୁହାଗଲା’। ବାପାଙ୍କ ଜୀବନ ବଞ୍ଚାଇବା ଭୁଲ ବୋଲି କୁହାଗଲା’।‘କୀଡ୍‌ନୀ ପାଇଁ କୋଟି କୋଟି ଟଙ୍କା ନେଇଛି ବୋଲି କୁହାଗଲା’। ନିକଟରେ ବିହାର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଏହି ନିର୍ବାଚନରେ ଆରଜେଡିର ପରାଜୟ ପରେ ଲାଲୁଙ୍କ ପରିବାର ମଧ୍ୟରେ ବିବାଦ ବୃଦ୍ଧି ପାଇଛି। ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟଙ୍କ ଏକ ବୟାନ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ଏବଂ ଜଣେ କିଡନୀ ଦାତା ରୋହିଣୀ ଆଚାର୍ଯ୍ୟ ରବିବାର ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ଦାବି କରିଛନ୍ତି ଯେ, ‘ ମୋତେ ଦଳ ଭିତରେ ଅପମାନିତ କରାଯିବା ସହିତ ଦୁର୍ବ୍ୟବହାର କରାଯାଇଛି। କେବଳ ଏତିକି ନୁହେଁ ଚପଲରେ ମାଡ଼ ମାରିବାକୁ ଚେଷ୍ଟା କରାଯାଇଛି। ଏସବୁ ପଛର କାରଣ ହେଉଛି ମୁଁ କୌଣସି ପରିସ୍ଥିତିରେ ସତ୍ୟ ସହିତ ସାଲିସ କରି ନଥିଲି। ଆତ୍ମସମ୍ମାନ ଉପରେ ଆଞ୍ଚ ଆସିବାକୁ ଦେଇ ନଥିଲି। ତେଣୁ ଏଭଳି ନିର୍ଯାତନାର ଶିକା ର ହୋଇଛି। ମୋତେ ମୋ ବାପାମାଆ ଏବଂ ଭଉଣୀମାନଙ୍କୁ ଛାଡିବାକୁ ବାଧ୍ୟ କରାଯାଇଛି। ମୋତେ ଅନାଥ ସଜାଇ ଦିଆଯାଇଛି।

 

Leave A Reply

Your email address will not be published.