ଓଡ଼ିଆ ନ୍ୟୁଜ୍: ନୂଆପଡ଼ା ପରାଜୟ ପରେ ଗୃହ ଶତ୍ରୁ ବିଭୀଷଣ କଥା ଉଠାଇଲେ ଭକ୍ତ ଦାସ। ଆମ ଦଳର ବିଭୀଷଣଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। -ଆତ୍ମସମୀକ୍ଷା ପରେ ବିଭୀଷଣଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ସରକାରୀ କଳ, ଅର୍ଥବଳ ବ୍ୟବହାର ପରେ ଵି ୪୦ ହଜାର ଭୋଟ ପାଇ ୨ୟ।ତଥାପି ଦଳ ପ୍ରତ୍ୟେକ କ୍ଷେତ୍ରକୁ ଆତ୍ମସମୀକ୍ଷା କରିବ- ପିସିସି ସଭାପତି।
ନୂଆପଡ଼ା ଫଳାଫଳ ଆସିବାର ଦିନକ ପରେ ଚିହିଁକି ଉଠିଛନ୍ତି ପିସିସି ସଭାପତି ଭକ୍ତ ଦାସ । ମାସେ କାଳ ଡେରା ପକାଇବା ପରେ ବି କଂଗ୍ରେସ ପ୍ରାର୍ଥୀଙ୍କୁ ମାତ୍ର ୪୦ ହଜାର ଭୋଟ୍ ମିଳିବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି । ଏଥିପାଇଁ ଦଳରେ ଥିବା ବିଭୀଷଣଙ୍କୁ ଦାୟୀ କରିଛନ୍ତି । କହିଛନ୍ତି, ଆତ୍ମସମୀକ୍ଷା ପରେ ଦଳରେ ଥିବା ବିଭୀଷଣଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ।
ସବୁ ଦଳରେ ବିଭୀଷଣ ଥିବା ବେଳେ କଂଗ୍ରେସରେ ମଧ୍ୟ ଏଭଳି ତତ୍ତ୍ବ ଅଛନ୍ତି । ଯେଉଁମାନେ ନିର୍ବାଚନ ପରାଜୟର ଅସଲ କାରଣ। ଭକ୍ତ ଦଳର କିଛି ନେତାଙ୍କ ଆଡକୁ ତେରେଛା ବାଣ ମାରିବା ପରେ ତେଜିଛି ରାଜନୀତି । କଂଗ୍ରେସରେ ବିଭୀଷଣ କିଏ ? ତାହା ଆଲୋଚନାର ବିଷୟ ହୋଇଛି