ସାଉଦିରେ ଜଳିଗଲା ବସ୍: ୪୨ ଭାରତୀୟ ମୃତ

0

ଓଡ଼ିଆ ନ୍ୟୁଜ୍: ସାଉଦି ଆରବ ମଦିନା ନିକଟରେ ଜଳିଗଲା ବସ୍‌; ୪୨ ଜୀବନ୍ତ ଦଗ୍ଧ।ଡିଜେଲ୍ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ପରେ ଜଳିଗଲା ବସ୍।୪୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ; ସମସ୍ତେ ଭାରତୀୟ ହୋଇଥିବା ସୂଚନା। ମୃତକଙ୍କ ମଧ୍ୟରୁ ଅଧିକାଂଶ ହାଇଦ୍ରାବାଦର ହୋଇଥିବା ସୂଚନା। ମକ୍କାରୁ ମଦିନା ଅଭିମୁଖେ ଯାଉଥିବା ବେଳେ ବଡ଼ ଦୁର୍ଘଟଣା।

ସୂଚନା ମିଳିଛି ଯେ, ବସ୍‌ଟି ମକ୍କାରୁ ମଦିନା ଯାଉଥିବା ବେଳେ ଏହି ଦୁଃଖଦ ଦୁର୍ଘଟଣା ଘଟିଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ମହିଳା ଏବଂ ଶିଶୁ ସମେତ ଅନ୍ୟୂନ ୪୨ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଯାତ୍ରୀ ତେଲେଙ୍ଗାନା ଏବଂ ହାଇଦ୍ରାବାଦର ଥିବା କୁହାଯାଉଛି। ଦୁର୍ଘଟଣା ସମୟରେ ବସ୍‌ରେ ଅନେକ ଯାତ୍ରୀ ଶୋଇଥିଲେ। ଏହି କାରଣରୁ ଯାତ୍ରୀ ବାହାରକୁ ନଆସିପାରିବାରୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା କୁହାଯାଉଛି।

ବସ୍ ଦୁର୍ଘଟଣାକୁ ଦୃଷ୍ଟିରେ ରଖି, ଜେଦ୍ଦାହରେ ଥିବା ଭାରତୀୟ ଦୂତାବାସ ଏକ 24×7 ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରିଛି। ପ୍ରାସଙ୍ଗିକ ସୂଚନା ପାଇଁ ପରିବାର ସଦସ୍ୟମାନେ ଟୋଲ୍-ଫ୍ରି ନମ୍ବର 8002440003ରେ ଯୋଗାଯୋଗ କରିପାରିବେ।

Leave A Reply

Your email address will not be published.