ଓଡ଼ିଆ ନ୍ୟୁଜ୍: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର। ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ନୀତିଶ କୁମାର।ଆସନ୍ତା ୧୯ରେ ବିଧାନସଭା ଭଙ୍ଗ କରିବା ନେଇ ଦେଲେ ସୂଚନା। ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୨୦୨ ଆସନ ଜିତି NDA ଐତିହାସିକ ବହୁମତ ହାସଲ କରିଛି। ଏହି ଐତିହାସିକ ବିଜୟ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ଭେଟି ନଭେମ୍ବର ୧୯ରେ ଇସ୍ତଫା ଦେବେ ବୋଲି ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଜଣାଇଥିଲେ ଯେ, କ୍ୟାବିନେଟ୍ ନଭେମ୍ବର ୧୯ ତାରିଖରେ ୧୭ତମ ବିଧାନସଭା ଭଙ୍ଗ କରିବା ପ୍ରସ୍ତାବକୁ ଅନୁମୋଦନ କରିଛି। ବର୍ତ୍ତମାନର ବିଧାନସଭା ନଭେମ୍ବର ୧୯ରେ ଆନୁଷ୍ଠାନିକ ଭାବରେ ଶେଷ ହେବ। ସେପର୍ଯ୍ୟନ୍ତ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ଜାରି ରଖିବେ। ନଭେମ୍ବର ୧୯ ତାରିଖରେ ସେ ପୁଣି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେବେ ଏବଂ ନୂତନ ସରକାର ଗଠନ ପାଇଁ ଦାବି କରିବେ।