ଓଡ଼ିଆ ନ୍ୟୁଜ୍: ମାଲକାନଗିରି ଏବଂ ଆନ୍ଧ୍ରପ୍ରଦେଶର ଆଲୁରି ସୀତା ରାମ ରାଜୁ ଜିଲ୍ଲା ସୀମାନ୍ତରେ ଆଜି ସକାଳେ ପୁଣି ଗୁଳିବିନିମୟ ଘଟିଛି। ଏଜି ଗୁଳିବିନିମୟରେ ୭ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।
ଆନ୍ଧ୍ର ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା ଯେ ମାରେଡୁମଲ୍ଲି ଥାନା ଅଂଚଳର ଜିଏମ ଭାଲସା ଗ୍ରାମ୍ୟ ଜଙ୍ଗଲରେ କିଛି ନକ୍ସଲ କ୍ୟାମ୍ପ କରି ରହିଛନ୍ତି। ତୁରନ୍ତ ଆନ୍ଧ୍ର ଗ୍ରେହାଉଣ୍ଡ ଯବାନ ସେହି ଅଞ୍ଚଳକୁ ଚଢ଼ାଉ କରିଥିଲେ। ଆଜି ଭୋର ସକାଳୁ ନକ୍ସଲ ଏବଂ ଯବାନ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ ବୋଲି ପୁଲିସ କହିଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଯବାନ ୭ ଜଣ ମାଓବାଦୀଙ୍କ ଶବ ଜବତ କରିଛି। ମୃତ ନକ୍ସଲ ମଧ୍ୟରେ ଆନ୍ଧ୍ର- ଓଡ଼ିଶା ବର୍ଡର ଡିଭିଜନାଲ କମିଟି ମେମ୍ବର ଏମ ଜାଗା ରାଓ ଓରଫ ଟେକ ଶଙ୍କର,ଡିଭିଜନାଲ କମିଟି ମେମ୍ବର ସୀତା ଓରଫ ଜ୍ୟୋତି ସମେତ ୫ ଜଣ ଏସିଏମ ନିହତ ହୋଇଥିବା ପୋଲିସ ସୂଚନା।