ଆସିଲା ପିଏମ୍‌ କିଷାନ ଟଙ୍କା

0

ଓଡ଼ିଆ ନ୍ୟୁଜ୍: ପିଏମ୍‌ କିଷାନ ଟଙ୍କା ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ମୋଦି।୨୧ତମ କିସ୍ତିରେ ୧୮ ହଜାର କୋଟି ଟଙ୍କା ପ୍ରଦାନ କଲେ।୯ କୋଟିରୁ ଊର୍ଦ୍ଧ୍ବ ଚାଷୀ ଭାଇଭଉଣୀଙ୍କ ଖାତାକୁ ଗଲା ଟଙ୍କା।କୋଏମ୍ବାଟୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଦାନ କଲେ। ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୧ତମ କିସ୍ତି ପ୍ରଦାନ କରାଯିବ । ତାମିଲନାଡୁର କୋଇମ୍ବାଟୋରରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଏନେଇ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ସୁଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କିଷାନର ୨୧ତମ କିସ୍ତି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତରିତ ହେବ । କୃଷି ମନ୍ତ୍ରଣାଳୟ କହିଛି ଯେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ କିଷାନ) ଯୋଜନା ଅଧୀନରେ, ୨୧ତମ କିସ୍ତିର ଟଙ୍କା ଆଜି ସମସ୍ତ ଯୋଗ୍ୟ ଚାଷୀଙ୍କୁ ଦିଆଯିବ ।

କେନ୍ଦ୍ର ସରକାର ଫେବୃଆରୀ ୨୦୧୯ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷ ଥର ପାଇଁ ଗତ ଅଗଷ୍ଟ ୨ ତାରିଖରେ ୨୦ ତମ କିସ୍ତି ପ୍ରଦାନ କରିଥିଲେ । ଏହି ଯୋଜନା ଅଧିନରେ ଭାରତ ସରକାର ସାରା ଦେଶର ଯୋଗ୍ୟ ଚାଷୀମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରନ୍ତି । ଏହି ୬୦୦୦ ଟଙ୍କା ପ୍ରତି ୪ ମାସରେ ୨ ହଜାର ଟଙ୍କାର ୩ ଟି କିସ୍ତି ଆକାରରେ ଚାଷୀମାନଙ୍କୁ ଦିଆଯାଏ ।

Leave A Reply

Your email address will not be published.