୨୦୨୬ ସୁଦ୍ଧା ଆରଏସପି ସମ୍ପ୍ରସାରଣ ଆରମ୍ଭ

0

ଓଡ଼ିଆ ନ୍ୟୁଜ୍: କେନ୍ଦ୍ର ଇସ୍ପାତ ଓ ଭାରୀ ଉଦ୍ୟୋଗ ମନ୍ତ୍ରୀ ଏଚ ଡି କୁମାରସ୍ୱାମୀଙ୍କ ଦୁଇଦିନିଆ ରାଉରକେଲା ଗସ୍ତ ଶେଷ ହୋଇଛି। ତେବେ ରାଉରକେଲା ଛାଡ଼ିବା ପୂର୍ବରୁ ସାମ୍ବାଦିକଙ୍କୁ ଗସ୍ତ ବିଷୟରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ। ଆରଏସପି ସମ୍ପ୍ରସାରଣ ନେଇ ମନ୍ତ୍ରୀ କହିଲେ, ଆରଏସପି ସମ୍ପ୍ରସାରଣ ପାଇଁ ଆମେ ବଦ୍ଧପରିକର। ଏନେଇ ବିଗତ ଦିନରେ ଏକାଧିକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ। କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୯. ୪ ମିଲିଆନ ଟନକୁ ବୃଦ୍ଧି କରାଯିବ। ୨୦୨୬ ସୁଦ୍ଧା ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହେବ। ଏଥିପାଏଁ ଉଚ୍ଛେଦ ହେବାକୁ ଥିବା ୩ ଶହ ପରିବାରକୁ ଥଇଥାନ କରାଯିବ।

Leave A Reply

Your email address will not be published.