କାଲି ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଝାରସୁଗୁଡ଼ା ବିମାନ ବନ୍ଦରରେ କଡ଼ା ସୁରକ୍ଷା

0

ଓଡ଼ିଆ ନ୍ୟୁଜ୍: ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଆଗମନ ପାଇଁ ଝାରସୁଗୁଡ଼ା ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝାରସୁଗୁଡାରେ ଟ୍ରାଞ୍ଜିଟ ଗସ୍ତ ରହିଛି। ରାଷ୍ଟ୍ରପତି ବିମାନ ବନ୍ଦରରୁ ବାହାରକୁ ବାହାରିବେନି କିନ୍ତୁ ବିମାନ ବନ୍ଦର ଦେଇ ୨ ଥର ଯିବା ଆସିବା କରିବେ।

ଆସନ୍ତାକାଲି ଦିଲ୍ଲୀ ବିମାନ ବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ବାହାରି ଦିନ ୧୦ଟା ୫ ମିନିଟରେ ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିବେ। ଏଠାରୁ ହେଲିକପ୍ଟର ଯୋଗେ ଛତିଶଗଡ଼ର ଅମ୍ବିକାପୁରକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ସେଠାରୁ ହେଲିକପ୍ଟର ଯୋଗେ ବାହାରି ଦିନ ୧ଟା ୩୫ ମିନିଟରେ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବେ। ଏଠାରୁ ପୁଣି ଦିନ ୧ଟା ୪୫ ମିନିଟରେ ବାୟୁ ସେନାର ସ୍ୱତନ୍ତ୍ର ବିମାନ ଯୋଗେ ତିରୁପତି ଗସ୍ତ କରିବେ।

Leave A Reply

Your email address will not be published.