ଓଡ଼ିଆ ନ୍ୟୁଜ୍: କେନ୍ଦୁଝର ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ସୀତାରାଣୀ ପଟ୍ଟାୟତ ଗିରଫ। ୪୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଗିରଫ କଲା ଭିଜିଲାନ୍ସ।ଚମ୍ପୁଆ ଅବକାରୀ ଅଫିସର ଇନ୍ଚାର୍ଜ ASI ବିଜୟ ମହାନ୍ତ ମଧ୍ୟ ଗିରଫ।ଲାଇସେନ୍ସପ୍ରାପ୍ତ ମଦ ଭେଣ୍ଡର ଠାରୁ ବ୍ୟବସାୟ ପାଇଁ ଲାଞ୍ଚ ନେଇ ଗିରଫ।ସୁପରିଣ୍ଟେଣ୍ଡେଣ୍ଟଙ୍କ ଟେଲିଫୋନ ନିର୍ଦ୍ଦେଶରେ ASI ଟଙ୍କା ନେଲା ବେଳେ କାବୁ।ଧରାପଡ଼ିବା ପରେ ସୁପରିଣ୍ଟେଣ୍ଡେଣ୍ଟଙ୍କ ୩ଟି ଘରେ, ASIଙ୍କ ୨ଟି ଘରେ ରେଡ୍।
ସୂଚନା ଅନୁଯାୟୀ, ୪ ମାସ ତଳେ କେନ୍ଦୁଝରରେ ଅବକାରୀ ଅଧୀକ୍ଷକ ଭାବରେ ଦାୟିତ୍ଵ ଗ୍ରହଣ କରିବା ପର ଠାରୁ ସୀତାରାଣୀ ନିୟମିତ ଦେୟ ଭାବରେ ମଦ ଦୋକାନୀଙ୍କଠାରୁ ଲାଞ୍ଚ ମାଗୁଥିଲେ। ଅନ୍ୟ କୌଣସି ଉପାୟ ନ ପାଇ ମଦ ଦୋକାନୀ ବିଧୁଭୂଷଣ ପତି ତାଙ୍କୁ ହଇରାଣ କରାଯାଉଥିବା ବିଷୟରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ସୂଚନା ପାଇବା ପରେ, ଯୋଜନା ମୁତାବକ ବିଧୁଭୂଷଣ ପ୍ରଥମେ ସୀତାରାଣି ପଟ୍ଟାୟତଙ୍କ ସହ ଟେଲିଫୋନରେ କଥା ହୋଇଥିଲେ ଏବଂ ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ଚମ୍ପୁଆ ଅବକାରୀ ଇନଚାର୍ଜ ବିଜୟ ମହାନ୍ତଙ୍କୁ ତାଙ୍କ କାର୍ଯ୍ୟାଳୟରେ ୪୦ ହଜାର ଟଙ୍କା ଦେଇଥିଲେ ।