ବାଲି ପାଇଁ MSP ଲାଗୁ କରିବେ ସରକାର: ଖଣି ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବଡ଼ ସୂଚନା।ଆଉ ମନଇଚ୍ଛା ବାଲି ଦର ବଢ଼ାଇ ପାରିବେନି ଲିଜଧାରୀ।MSP ଦରରେ ହିଁ ବାଲି ବିକ୍ରି କରିବେ ଲିଜ୍‌ଧାରୀ। ବାଲି ଖଣି ପାଇଁ ଇ-ଅକ୍ସନ ବଦଳରେ ହେବ ଇ-ଲଟେରି।

ଏମ୍‌ଏସ୍‌ପି ଲାଗୁ ହେବା ଦ୍ବାରା ଟିକେ ଶସ୍ତାରେ ଲୋକଙ୍କୁ ମିଳିବ ବାଲି । ବେଆଇନ ଭାବେ ବାଲି ଉତ୍ତୋଳନ କରି କେହି ବିକ୍ରି କରିପାରିବେନି । ଗତକାଲି କ୍ୟାବିନେଟ ବୈଠକରେ ଲଘୁଖଣି ପାଇଁ ନିଲାମୀରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ସରକାର । ଏଣିକି ଇ-ଲଟେରୀ ଜରିଆରେ ମିଳିବ ଲଘୁ ଖଣି । ସେହିଭଳି ବାଲି ଗଚ୍ଛିତ କରି ରଖିବା ପାଇଁ ଷ୍ଟୋରେଜ ଲାଇସେନ୍ସ ଦେବେ ସରକାର । ବିନା ଷ୍ଟୋରେଜ ଲାଇସେନ୍ସରେ ବାଲି ଓ ଅନ୍ୟ ଲଘୁ ଖଣିଜ ପଦାର୍ଥ କେହି ବେଆଇନ ଗଚ୍ଛିତ କରି ରଖି କରିବେ ନାହିଁ । ଗତକାଲି କ୍ୟାବିନେଟ ବୈଠକରେ ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ର ସଂଶୋଧନ କରାଯାଇଛି । କ୍ୟାବିନେଟ ନିଷ୍ପତ୍ତି ପରେ ଏ ନେଇ ବଡ଼ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା ।

Leave A Reply

Your email address will not be published.