ଓଡ଼ିଆ ନ୍ୟୁଜ୍: କୁଚେଇତା ଓ ଲାମ୍ସୀ ନିକଟରେ ୩ ଅପରାଧୀଙ୍କୁ ଏନ୍କାଉଣ୍ଟର୍।ରାଉରକେଲା ସରକାରୀ ହସ୍ପିଟାଲ୍ରେ ଗୁରୁତର ୩ ଦୁର୍ଦ୍ଦାନ୍ତ ଅପରାଧୀ ଭର୍ତ୍ତି। ପୋଲିସ୍ର ସ୍ୱତନ୍ତ୍ର ଟିମ୍କୁ ଚକ୍ମା ଦେଇ ଫେରାର୍ ବେଳେ ଏନ୍କାଉଣ୍ଟର୍। ଅପରାଧିଙ୍କୁ ଧରିବାକୁ ଯାଇଥିବା ବେଳେ ପୁଲିସ୍ ଏନକାଉଣ୍ଟରରେ ୩ ଅପରାଧୀ ଆହତ ହୋଇଛନ୍ତି । ଚାନ୍ଦିପୋଷ କୁଚେଇତାରେ ୨ଜଣ ଓ ଲହୁଣୀପଡା ଲମ୍ସିରେ ଜଣକୁ ଏନକାଉଣ୍ଟର କରିଛି ପୁଲିସ୍ । ଦୀର୍ଘ ଦିନ ହେଲା ବଣାଇ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ବଣାଇ ପୋଲିସ।
ଡକାୟତ ପାଇଁ ଯୋଜନା କରୁଥିବା ବେଳେ ବଣାଇ ଏସଡିପିଓ ଖବର ପାଇ ଟିମ ଗଠନ କରି ଜାତୀୟ ରାଜପଥରେ ଜଗି ରହିଥିଲେ। ଅପରାଧୀମାନେ ବାଇକରେ ଆସୁଥିବା ବେଳେ ପୃଥକ ପୃଥକ ସ୍ଥାନରେ ଏନକାଉଣ୍ଟର ହୋଇଛି। ଘଟଣାସ୍ଥଳରୁ ୩ଟି ପିସ୍ତଲ, କାର, ଦୁଇଟି ବାଇକ ଜବତ ହୋଇଛି। ଏମାନେ ବାଙ୍କୋ, ବରସୁଆଁ, ଲଙ୍ଗଳକଟା ଅଂଚଳରେ ଆତଙ୍କ ଚଳାଇଥିଲେ । ଗତ ୨୦ ତାରିଖ ରାତିରେ କୋଇଡା ଅଞ୍ଚଳର ଏକ ପରିବହନ କାର୍ୟ୍ୟାଳୟରୁ ହୋଇଥିବା ୩ ଲକ୍ଷ ଟଙ୍କା ଡକାୟତରେ ଏମାନେ ସାମିଲ ଥିଲେ। ଡକାୟତି ଗ୍ୟାଙ୍ଗର ଅନ୍ୟ ୫ ଜଣଙ୍କୁ ଗିରଫ କରିଛି ପୋଲିସ।