ଓଡ଼ିଆ ନ୍ୟୁଜ୍: ଗାଜଲବାଡ଼ି ଘାଟିରେ ତଳକୁ ଖସିଲା ବନ୍ଧାକୋବି ବୋଝେଇ ଟ୍ରକ୍। ଡ୍ରାଇଭର୍ଙ୍କ ସହ ଅନ୍ୟ ୨ ଜଣ ଗୁରୁତର, ବ୍ରହ୍ମପୁର ମେଡିକାଲ୍ରେ ଭର୍ତ୍ତି।ଗୁଗଲ୍ ମ୍ୟାପ୍ ନେଟୱର୍କ କଟିଯିବାରୁ ଘାଟି ରାସ୍ତାରେ ଦୁର୍ଘଟଣା।ମଧ୍ୟପ୍ରଦେଶରୁ ବନ୍ଧାକୋବି ବୋଝେଇ କରି ହିଞ୍ଜିଳିକାଟୁ ଯାଉଥିଲା ଟ୍ରକ୍।କନ୍ଧମାଳ-ଗଞ୍ଜାମ ସୀମାନ୍ତ ଗାଜଲବାଡ଼ି ଘାଟିରେ ଘଟିଛି ଏହି ଦୁର୍ଘଟଣା । ଏଥିରେ ଟ୍ରକ ଡ୍ରାଇଭରଙ୍କ ସହ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଦାରିଙ୍ଗବାଡ଼ି ହସ୍ପିଟାଲ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଦାରିଙ୍ଗବାଡ଼ି ଅଗ୍ନିଶମ ବାହିନୀ ଦେବଦୂତ ସାଜି ଗୁରୁତର ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରିଥିଲେ । ମଧ୍ୟପ୍ରଦେଶରୁ ଟ୍ରକଟି ବନ୍ଧା କୋବି ବୋଝେଇ କରି ୫୯ ନମ୍ବର ଜାତୀୟ ରାଜପଥ ଘାଟି ରାସ୍ତା ଦେଇ ଗଞ୍ଜାମ ହିଞ୍ଜିଲିକାଟୁ ଅଭିମୁଖେ ଯାଉଥିଲା। ହଠାତ୍ ନେଟୱାର୍କ ସମସ୍ୟା ଯୋଗୁଁ ଗୁଗୁଲ ମ୍ୟାପ୍ ଧୋକା ଦେଇଥିଲା । ଡ୍ରାଇଭର ଜଣକ ଅନ୍ଧାର ରାତିରେ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇବାରୁ ଟ୍ରକଟି ଘାଟି ତଳକୁ ଖସି ପଡ଼ିଛି।