ଓଡ଼ିଆ ନ୍ୟୁଜ୍: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା। କେ.ଏଲ୍ ରାହୁଲ୍ଙ୍କ ନେତୃତ୍ବରେ ଦିନିକିଆ ସିରିଜ ଖେଳିବ ଭାରତ। ଆହତ କାରଣରୁ ବାଦ୍ ପଡ଼ିଥିବା ଶୁବମନ ଗିଲ୍ଙ୍କ ସ୍ଥାନରେ ନେତୃତ୍ବ ନେବେ। ରୋହିତ ଶର୍ମାଙ୍କ ସହ ଓପନିଂ କରିବେ ଯଶ୍ବସୀ ଜୟସ୍ବାଲ।କୋହଲି, ତିଲକ, ପନ୍ତ, ୱାଶିଂଟନ୍, ଜାଡେଜା, କୁଲଦୀପ ସାମିଲ୍। ନୀତିଶ, ହର୍ଷିତ, ରିତୁରାଜ, ପ୍ରସିଦ୍ଧ, ଅର୍ଶଦୀପ, ଜୁରେଲ୍ ସାମିଲ୍।
ଏହା ପୂର୍ବରୁ ଗଣମାଧ୍ୟମର ରିପୋର୍ଟରେ ଦାବି କରାଯାଉଥିଲା ଯେ, ଋଷଭ ପନ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଟିମ୍ ଇଣ୍ଡିଆର ଅଧିନାୟକ ହେବେ। କିନ୍ତୁ ଏହା ସେମିତି ହୋଇ ନାହିଁ। ଚୟନ କମିଟି କେଏଲ୍ ରାହୁଲଙ୍କୁ ତିନି ମ୍ୟାଚ୍ ବିଶିଷ୍ଯ ଶୃଙ୍ଖଳା ପାଇଁ କେଏଲ୍ ରାହୁଲଙ୍କୁ ଗୁରୁ ଦାୟିତ୍ବ ଦେଇଛି। କିନ୍ତୁ ଋଷଭ ପନ୍ତ ୧୫ ଜଣିଆ ଟିମ୍ରେ ସ୍ଥାନ ପାଇଛନ୍ତି।
ଷ୍ଟାର ବୋଲର ମହମ୍ମଦ ସିରାଜ ଏବଂ ଜସପ୍ରୀତ ବୁମରାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ସ୍ଥାନ ମିଳିନାହିଁ। ସେମାନଙ୍କୁ ବିଶ୍ରାମ ଦିଆଯାଇଛି। ୧୫ଜଣିଆ ଟିମ୍ରେ କେଏଲ୍ ରାହୁଲ (ଅଧିନାୟକ), ଋଷଭ ପନ୍ତ, ଧ୍ରବ ଜୁରେଲ ୱିକେଟ୍କିପର ବ୍ୟାଟର ଭାବେରେ ଖେଳିବେ। ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର ଏବଂ କୁଲଦୀପ ଯାଦବ ସ୍ପିନର ଭାବେ ଖେଳିବେ। ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ସ୍ଥାନ ମିଳିନାହିଁ। ପ୍ରସିଦ୍ଧ କୃଷ୍ଣ, ହର୍ଷିତ ରାଣା ଓ ଅର୍ଶଦୀପ ସଂହଙ୍କ ସହିତ ନିତୀଶ କୁମାର ରେଡ୍ଡୀ ଦ୍ରୁତ ବୋଲର ଭାବେ ଖେଳିବେ।