ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ

0

ଓଡ଼ିଆ ନ୍ୟୁଜ୍: ଭେଟେରାନ୍ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ। ଧର୍ମେନ୍ଦ୍ରଙ୍କ ପରଲୋକ ନେଇ ANI ସୂତ୍ରରୁ ସୂଚନା।୮୯ ବର୍ଷ ବୟସରେ ମୁମ୍ବାଇ ଘରେ ଆଖି ବୁଜିଲେ ଧର୍ମେନ୍ଦ୍ର। ୬ ଦଶନ୍ଧିର ଫିଲ୍ମ କ୍ୟାରିଅର, ୩ ଶହରୁ ଊର୍ଦ୍ଧ୍ବ ସିନେମାରେ ଅଭିନୟ। ହିନ୍ଦୀ ସିନେମାର ହି-ମ୍ୟାନ୍ ଭାବେ ପରିଚିତ। ସୋଲେ, ଚୁପ୍‌କେ ଚୁପ୍‌କେ, ସତ୍ୟକାମ, ଗୁଲାମୀ ଭଳି ଫିଲ୍ମରେ ଅଭିନୟ।ହକିକତ, ହୁକୁମତ, ଆଗ୍ ହି ଆଗ୍, ଜନି ଗଦ୍ଦାର ଆଦି ଲୋକପ୍ରିୟ ଫିଲ୍ମ।ବେତାବ୍ ଓ ଘାୟଲ ଭଲି ଲୋକପ୍ରିୟ ଫିଲ୍ମର ପ୍ରଯୋଜକ ଥିଲେ।

ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଇନଷ୍ଟାରେ ପୋଷ୍ଟ କରିବା ପରେ ଏହା ସ୍ପଷ୍ଟ ହୋଇଛି। ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ଅଭିନେତାଙ୍କ ଘରକୁ ଅନେକ ସେଲିବ୍ରିଟି ପହଞ୍ଚିବା ଆରମ୍ଭ କରିଛନ୍ତି। ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ହେମା ମାଳିନୀ ମଧ୍ୟ ଧଳା ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଛି। ଘର ବାହାରେ ଦିବଂଗତ ଅଭିନେତାଙ୍କ ନାତି କରଣ ଦେଓଲଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ବହୁତ ଦୁଃଖିତ ଦେଖାଯାଉଛନ୍ତି।

 

Leave A Reply

Your email address will not be published.