ଓଡ଼ିଆ ନ୍ୟୁଜ୍: ଅନିୟମିତ ପାର୍କିଂ ରୋକିବାକୁ କମିଶନରେଟ୍ ପୋଲିସର ପଦକ୍ଷେପ। ପ୍ରମୁଖ ରାସ୍ତାରେ ଅନିୟମିତ ପାର୍କିଂ ଯୋଗୁଁ ଯାତାୟାତରେ ସମସ୍ୟା ହେଉଛି। ଓଡ଼ିଶା ଅର୍ବାନ ପୋଲିସ (OUP) ଆଇନ ଅନୁଯାୟୀ କଟକଣା ଜାରି। ରାଜମହଲରୁ ଜୟଦେବ ବିହାର ଦେଇ କଳାରାହାଙ୍ଗ ପର୍ଯ୍ୟନ୍ତ ପାର୍କିଂ ମନା।ଏୟାରପୋର୍ଟରୁ ଆଚାର୍ଯ୍ୟ ବିହାର ଛକ ଦେଇ ନାଲ୍କୋ ଛକ ପର୍ଯ୍ୟନ୍ତ ମନା। ଶିଶୁଭବନ ଛକରୁ ରାଜମହଲ, ମାଷ୍ଟର କ୍ୟାଣ୍ଟିନ ଦେଇ ବାଣୀବିହାର।
ରସୁଲଗଡ଼ରୁ ଜୟଦେବ ବିହାର, ଶ୍ରୀୟାରୁ ପିଏଚ୍ଡି ଅଫିସ୍ ପର୍ଯ୍ୟନ୍ତ ମନା। ଗୋପବନ୍ଧୁ ଛକ ଠାରୁ କଳ୍ପନା, କଳାରାହାଙ୍ଗ ଛକଠୁ ନନ୍ଦନକାନନ।ସିଆର୍ପି ଠାରୁ ୟୁନିଟ୍-୮ ଡିଏଭି ସ୍କୁଲ, ଫାୟାର ଷ୍ଟେସନରୁ ସିଟି କଲେଜ। ଖଣ୍ଡଗିରିଠାରୁ ପୋଖରୀପୁଟ, ଡମଣା ଛକରୁ ଶୈଳଶ୍ରୀ ବିହାର ପର୍ଯ୍ୟନ୍ତ ମନା। ଜାଭିୟର ଛକ ଠାରୁ ଉତ୍କଳ ହସ୍ପିଟାଲ ଦେଇ ସାଇ ମନ୍ଦିର ଛକ ପର୍ଯ୍ୟନ୍ତ ମନା।