ଓଡ଼ିଆ ନ୍ୟୁଜ୍: ନଭେମ୍ବର ୨୭ରେ ଓଡିଶା ଆସିବେ ରାଷ୍ଟ୍ରପତି ମହାମହିମ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆସନ୍ତା ୨୭ତାରିଖ ଅପରାହ୍ନ ୨ଟାରେ ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ୨୭ ତାରିଖ ରାଜଭବନରେ ରାତ୍ରିଯାପନ କରିବେ ମହାମହିମ । ୨୮ତାରିଖରେ ବିଧାନସଭା କାର୍ଯ୍ୟକ୍ରମରେ ଯୋଗଦେବେ । ତେଣୁ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି କଡା ବ୍ୟବସ୍ଥା କରାଯାଉଛି ।ଓଡ଼ିଶା ବିଧାନସଭାର ପ୍ରଥମ ଶୀତକାଳୀନ ଅଧିବେଶନକୁ ସମ୍ବୋଧିତ କରିବେ। କୌଣସି ରାଜ୍ୟ ବିଧାନସଭାରେ ଏହା ରାଷ୍ଟ୍ରପତିଙ୍କ ପ୍ରଥମ ଅଭିଭାଷଣ ହେବ।
ଏହି କାର୍ଯ୍ୟକ୍ରମକୁ ସୁରକ୍ଷିତ କରିବା ପାଇଁ ପ୍ରମୁଖ ସ୍ଥାନଗୁଡ଼ିକରେ ୨୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। କମିସନରେଟ୍ ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଏହା ସହିତ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ (ପିବିଜି) କମାଣ୍ଡୋ ଏବଂ ଅତିରିକ୍ତ କର୍ମଚାରୀ ଚତୁର୍ଥ ସ୍ତରୀୟ ସୁରକ୍ଷା ଯୋଗାଇବେ।