ଓଡ଼ିଆ ନ୍ୟୁଜ୍: ପୋଲିସ SI ସ୍କାମ୍; ବ୍ରହ୍ମପୁରରେ CBI ଟିମ୍ ସଦସ୍ୟଙ୍କ ତନାଘନା।ଗିରଫ ଅଭିଯୁକ୍ତଙ୍କୁ ଆଜି ଭୁବନେଶ୍ବର ସ୍ଥାନାନ୍ତର କରାଯାଇପାରେ।ଶଙ୍କର ପୃଷ୍ଟି ଓ ଅନ୍ୟ ଅଭିଯୁକ୍ତଙ୍କୁ ଭୁବନେଶ୍ବର ସ୍ଥାନାନ୍ତର ସମ୍ଭାବନା। ବ୍ରହ୍ମପୁର ଜେଲ୍ରୁ ଭୁବନେଶ୍ବ ସ୍ଥାନାନ୍ତର ସମ୍ଭାବନା। ମୁଖ୍ୟ ଯୋଜନାକାରୀ ଶଙ୍କର ପ୍ରୁଷ୍ଟି, ସୁରଜ ନାୟକ ଏବଂ ଅରବିନ୍ଦ ଦାସଙ୍କ ସମେତ ମୋଟ ୧୨ ଜଣ ଅଭିଯୁକ୍ତ ବ୍ରହ୍ମପୁର ସର୍କଲ ଜେଲରେ ଥିଲେ।
ଚଳିତ ବର୍ଷ ଅକ୍ଟୋବର ୫ ଏବଂ ୬ ତାରିଖରେ ହେବାକୁ ଥିବା SI ଭର୍ତ୍ତି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁଯାୟୀ, ଏଥିରେ ଜଡ଼ିତ ଏକ ଗୋଷ୍ଠୀ ପ୍ରାର୍ଥୀମାନଙ୍କୁ ୨୫ ଲକ୍ଷରୁ ଅଧିକ ଟଙ୍କାରେ ନିର୍ଦ୍ଦିଷ୍ଟ ପ୍ରଶ୍ନରେ କୋଚିଂ ଦେଇଥିଲେ। ଫାଇଭ୍ସଫ୍ଟ କମ୍ପାନୀର ମାଲିକ ଶଙ୍କର ପ୍ରୁଷ୍ଟିଙ୍କୁ ମୁଖ୍ୟ ଯୋଜନାକାରୀ ଭାବରେ ଚିହ୍ନଟ କରାଯାଇଛି। ସେ ନଭେମ୍ବର ୧ ତାରିଖରେ ଇଣ୍ଡୋ-ନେପାଳ ସୀମାରୁ ଧରାପଡ଼ିଥିଲେ।