ଓଡ଼ିଆ ନ୍ୟୁଜ୍: OTET-୨୦୨୫ ଆବେଦନ ଅବଧି ଆସନ୍ତା ୨୭ ପର୍ଯ୍ୟନ୍ତ ବଢ଼ିଲା। ପିଲାମାନଙ୍କ ଅନୁରୋଧ ଅନୁସାରେ ଅବଧି ବଢ଼ିବା ସୂଚନା। ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ସୂଚନା ଜାରି। ରାଜ୍ୟର ବିଭିନ୍ନ ପ୍ରାର୍ଥୀଙ୍କ ଅନୁରୋଧକୁ ବିଚାରକୁ ନେଇ ଓଟିଇଟି ପରୀକ୍ଷା, ୨୦୨୫ ପାଇଁ ଫର୍ମ ପୂରଣର ଶେଷ ତାରିଖକୁ ୨୭.୧୧.୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଗଲା।
୨୭.୧୧.୨୦୨୫ ପରେ ଆଉ କୌଣସି ସମୟସୀମା ବୃଦ୍ଧି କରାଯିବ ନାହିଁ,” ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।ପୂର୍ବରୁ ଫର୍ମ ପୂରଣ ଶେଷ ତାରିଖ ନଭେମ୍ବର ୨୫ ଥିଲା। ଆଶାୟୀମାନେ ଅଫିସିଆଲ ୱେବସାଇଟ୍ www.bseodisha.ac.in ରେ ଯାଇ ଫର୍ମ ପୂରଣ କରିପାରିବେ।
ଓଟିଇଟି ୨୦୨୫ ପରୀକ୍ଷା ଡିସେମ୍ବର ୧୭, ୨୦୨୫ ତାରିଖରେ ଅନୁଷ୍ଠିତ ହେବ। ପେପର-୧ ସକାଳ ୯ ଟାରୁ ୧୧.୩୦ ପର୍ଯ୍ୟନ୍ତ। ପେପର-୨ ଅପରାହ୍ନ ୨ ଟାରୁ ୪.୩୦ ପର୍ଯ୍ୟନ୍ତ।ପ୍ରାର୍ଥୀମାନେ ଡିସେମ୍ବର ୧୦, ୨୦୨୫ ଠାରୁ ଅଫିସିଆଲ୍ ୱେବସାଇଟ୍ www.bseodisha.ac.in ରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।