ଧନୁଯାତ୍ରା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ

0

ଓଡ଼ିଆ ନ୍ୟୁଜ୍: ବରଗଡ଼: ୭୮ ତମ ଧନୁଯାତ୍ରା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ। ହାଟପଦା ସଞ୍ଚାର ପଡ଼ିଆରେ ପୂଜାର୍ଚ୍ଚନା ପରେ ଶୁଭ ସ୍ତମ୍ଭ ସ୍ଥାପନ। ଶୁଭ ସ୍ତମ୍ଭ ସ୍ଥାପନ କଲେ ବରଗଡ଼ ଜିଲ୍ଲାପାଳ ଓ ଏସପି। ଡିସେମ୍ବର ୨୪ରୁ ଜାନୁଆରୀ ୩ ଯାଏଁ ଚାଲିବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ବରଗଡର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ସହର ପରିକ୍ରମା କରି ହାଟପଦା ସଞ୍ଚାର ମଣ୍ଡପକୁ ପହଞ୍ଚିଥିଲା , ସେଠାରେ ରାଜ ପୁରୋହିତଙ୍କ ପାରମ୍ପରିକ ପୂଜାର୍ଚ୍ଚନା ପରେ ସୁଭସ୍ତମ୍ଭ ସ୍ଥାପିତ ହୋଇଛି।

୭୮ତମ ବରଗଡ଼ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଆୟୋଜନ ପାଇଁ ବାଜିଛି ଶୁଭଶଙ୍ଖ, ସ୍ଥାପିତ ହୋଇଛି ଶୁଭ ସ୍ତମ୍ଭ। ଏଥିପାଇଁ ଚାଲିଛି ପୂଜାର୍ଚ୍ଚନା, ଆଉ ଏ ହେଉଛି ବରଗଡ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚାଲିଥିବା ଶୁଭସ୍ତମ୍ଭ ସ୍ଥାପନ ପର୍ବର ଦୃଶ୍ୟ । ରାଜ ପୁରୋହିତଙ୍କ ପୂର୍ବ ଲଗ୍ନ ଧାର୍ଯ୍ୟ ଅନୁସାରେ ସୋମବାର ସନ୍ଧ୍ୟାରେ ବରଗଡର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ସେଠାରୁ ଏକ ଶୋଭାଯାତ୍ରା ବାହାରି ସହର ମୁଖ୍ୟ ରାସ୍ତାଦେଇ ହାଟପଦା ପଡ଼ିଆ ସ୍ଥିତ ସଂଚାର ମଣ୍ଡଳୀକୁ ପହଞ୍ଚିଥିଲା। ସେଠାରେ ରାଜ ପୁରୋହିତଙ୍କ ଦ୍ଵାରା ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା ।

Leave A Reply

Your email address will not be published.