ମାଫିଆଙ୍କୁ ନିଶ୍ଚିହ୍ନ କରାଯିବ: ବିଭୂତି ଜେନା

0

ଓଡ଼ିଆ ନ୍ୟୁଜ୍: ଲଘୁ ଖଣିଜ ଚୋର, ଖଣି ମାଫିଆ ଓ ବାଲି ମାଫିଆଙ୍କୁ ନିଶ୍ଚିହ୍ନ କରାଯିବ। କଠୋର ଚେତବାନୀ ଦେଲେ ଖଣି ମନ୍ତ୍ରୀ ବିଭୂତି ଜେନା। ‘ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରିବା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଆକ୍ସନ ଜାରି ରହିବ’। ‘ନୂଆ ଆଇନକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି’।‘ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଗାଡ଼ି ଜବତ କରାଯାଇଛି’। ‘କେହି ବି ସରକାରଙ୍କ ନଜରରୁ ବର୍ତ୍ତି ପାରିବେନି, ଦୃଢ଼ କାର୍ଯ୍ୟାନୁଷ୍ଠାନ’।ଆଗକୁ ଆହୁରି ବଡ଼ ଧରଣର ଆକ୍ସନ ହେବ- ବିଭୂତି ଜେନା।ବାଲି ମାଫିଆଙ୍କୁ ଦମନ କରିବା ପାଇଁ ତହସିଲଦାର, ଉପ ଜିଲ୍ଲାପାଳ ଓ ଜିଲ୍ଲାପାଳ ଏବଂ ପୋଲିସ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଏହି ସମ୍ପତ୍ତି ଜନ ସାଧାରଣଙ୍କ ରୟାଲଟିକୁ ଲୁଟ୍ ହେବାକୁ ସରକାର ଦେବେ ନାହିଁ ।

ବେତନଟୀ ଥାନା ଅଞ୍ଚଳରେ ଗୋଟେ ଅଘଟଣ ଘଟିଛି । ସେଥିପାଇଁ କେସ୍ କରାଯାଇଛି । ତିନି ଜଣଙ୍କୁ ଗିରଫ କରାଯାଇଛି । ଆଉ ଯେଉଁମାନେ ସମ୍ପୃକ୍ତ ସମସ୍ତଙ୍କୁ ଦମନ କରାଯିବ । ରାସଗୋବିନ୍ଦପୁରରେ ବି ପୂର୍ବରୁ ଗୋଟେ ଘଟଣା ଘଟିଥିଲା । ସବୁ କେସ୍‌ରେ ରାଜ୍ୟ ସରକାର ତୁରନ୍ତ ଆକ୍ସନ ନେଇଛନ୍ତି । ବାଲି ମାଫିଆ ଯଦି ଭାବୁଛନ୍ତି ଆମେ ସରକାରଙ୍କୁ ଡରେଇ ଦେବୁ, ତାହା ସେମାନଙ୍କ ଭ୍ରାନ୍ତ ଧାରଣା । କେହି ବି ସରକାରଙ୍କ ନଜରରୁ ବର୍ତ୍ତି ପାରିବେ ନାହିଁ । ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରି ରହିବ । ଆଗକୁ ଆହୁରି ବଡ଼ ଧରଣର ଆକ୍ସନ ହେବ ବୋଲି ଖଣି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.