ହୁତୁ ହୁତୁ ଜଳିଗଲା ସୁଉଚ୍ଚ ଆପାର୍ଟମେଣ୍ଟ, ଜୀବନ୍ତ ଜଳିଗଲେ ୭୫ ଜଣ

0

ଓଡ଼ିଆ ନ୍ୟୁଜ୍: ହଂକଂର ତାଇ ପୋ ଜିଲା ଅନ୍ତର୍ଗତ ଏକ ବହୁତଳ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ବ୍ୟାପିଥିବା ଭୀଷଣ ଅଗ୍ନିକାଣ୍ଡରେ ଅତିକମରେ ୭୫ ଜଣଙ୍କର ମୃତ୍ୟୁ ଘଟିଛି। ସହରର ଅଗ୍ନିଶମ ସେବା ବିଭାଗ ବୁଧବାର ଏହି ସୂଚନା ଦେଇଛି।ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିଲା ଏବଂ ହସ୍ପିଟାଲକୁ ନିଆଯାଇଥିବା ଅନ୍ୟ ୪ ଜଣଙ୍କର ପରେ ମୃତ୍ୟୁ ହୋଇଛି।ଏହି ଅଗ୍ନିକାଣ୍ଡରେ ଅନ୍ୟୂନ ୧୫ ଜଣ ଆହତ ହୋଇଛନ୍ତି।

ମୃତକଙ୍କ ମଧ୍ୟରେ ଜଣେ ଅଗ୍ନିଶମ କର୍ମଚାରୀ ମଧ୍ୟ ଅଛନ୍ତି। ପ୍ରାୟ ୭୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯାଇଛି।ତାଇ ପୋ ଜିଲାର ୱାଙ୍ଗ୍ ଫୁକ୍ କୋର୍ଟ ନାମକ ଏହି ହାଉସିଂ କମ୍ପ୍ଲେକ୍ସର ବାହାର ଅଂଶରେ ଲାଗିଥିବା ବାଉଁଶ ମାଚାଂ ଏବଂ ନିର୍ମାଣ ନେଟିଂ ଦେଇ ନିଆଁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା।

Leave A Reply

Your email address will not be published.