ରାଜଧାନୀରେ ବୋମା ମାଡ଼, ବିଧାନସଭାରେ ତାତି

0

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ-୩ ସାମ୍ନାରେ ବୋମାମାଡ଼।ସକାଳ ୮ଟାରେ କିଛି ଦୁର୍ବୃତ୍ତଙ୍କ ଦ୍ବାରା ବୋମାମାଡ଼ ହୋଇଥିବା ସୂଚନା।କିଛି କ୍ଷତି ହୋଇନି, ସିସିଟିଭି ଆଧାରରେ ମଞ୍ଚେଶ୍ବର ପୋଲିସର ତଦନ୍ତ ଜାରି ରହିଛି। ସେପଟେ ବୋମାମାଡକୁ ନେଇ ବିଧାନସଭାରେ ତାତି। ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ଗୃହରେ ଏହି ପ୍ରସଙ୍ଗ ଉଠାଇ ଘଟଣାର ସତ୍ୟାସତ୍ୟ ଜଣାଇବାକୁ ଦାବି କରିଛନ୍ତି। ଏହାର ଉତ୍ତରରେ ବାଚସ୍ପତି କହିଛନ୍ତି ଯେ ଏହି ଘଟଣା ସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀ ତଥ୍ୟ ସଂଗ୍ରହ କରି ଗୃହକୁ ଅବଗତ କରାଇବେ।

ଆଜି ସକାଳ ପ୍ରାୟ ୮ଟା ସମୟରେ କିଛି ଦୁର୍ବୃତ୍ତ କେନ୍ଦ୍ରୀୟ ବିଦ୍ୟାଳୟ-୩ ସମ୍ମୁଖରେ ବୋମାମାଡ଼ କରିଥିଲେ। ତେବେ ଏହି ଘଟଣାରେ କୌଣସି ବ୍ୟକ୍ତି କିମ୍ବା ସମ୍ପତ୍ତିର କ୍ଷତି ହୋଇନାହିଁ।ବୋମାମାଡ଼ ଖବର ପାଇ ମଞ୍ଚେଶ୍ୱର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଘଟଣାସ୍ଥଳରୁ ମିଳିଥିବା ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରୁଛି। ଏହି ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA) ର ଏକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।

Leave A Reply

Your email address will not be published.