୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍‌

0

ଓଡ଼ିଆ ନ୍ୟୁଜ୍: ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍‌ ଆଗତ।ଗୃହରେ ଅତିରିକ୍ତ ବଜେଟ୍‌ ଆଗତ କଲେ ମୁଖ୍ୟମନ୍ତ୍ରୀ।ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି ବ୍ୟୟ ଅଟକଳ। ଧାନ କ୍ରୟ ପାଇଁ ରିଭଲଭିଂ ପାଣ୍ଠି ୩ ହଜାର କୋଟି।ଚାଷୀଙ୍କୁ MSP ଓ ଇନପୁଟ୍‌ ସହାୟତା ବାବଦରେ ୮୫୦ କୋଟି। ଚାଷୀଙ୍କ ଋଣ ସୁଧ ଛାଡ଼ ପାଇଁ ସମବାୟ ବ୍ୟାଙ୍କ/ପ୍ୟାକ୍ସକୁ ୩୦୦ କୋଟି।ଜାତୀୟ ସ୍ବାସ୍ଥ୍ୟ ମିଶନ (NHM) ପାଇଁ ୯୯୪ କୋଟି।ମିଶନ ଶକ୍ତି କାର୍ଯ୍ୟକ୍ରମ ପାଇଁ ୪୦୫ କୋଟି।

ଜାତୀୟ ଗ୍ରାମୀଣ ଜୀବିକା ମିଶନ ପାଇଁ ୪୨୬ କୋଟି। ରାସ୍ତା ଓ ସେତୁ ରକ୍ଷଣାବେକ୍ଷଣ ପାଇଁ ୨୫୦ କୋଟି। ଗ୍ରାମୀଣ ପାଇପ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୧୧୬ କୋଟି। ଜାତୀୟ ବିପର୍ଯ୍ୟୟ ବିପଦ ପ୍ରଶମନ ପାଣ୍ଠି ୧୭୧ କୋଟି। ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକ ପାଇଁ ୧୬୪ କୋଟି।ଅତିରିକ୍ତ ବଜେଟ୍‌ ଆଗତ ପରେ କାଲି ପର୍ଯ୍ୟନ୍ତ ଗୃହ ମୁଲତବି।

Leave A Reply

Your email address will not be published.