ଆଜିଠା‌ରୁ ରାଜ୍ୟରେ କମିବ ଶୀତ

0

ଓଡ଼ିଆ ନ୍ୟୁଜ୍: ଆଜିଠା‌ରୁ ରାଜ୍ୟରେ ଶୀତ ହାଲୁକା କମିବା ଆରମ୍ଭ ହେବା ସମ୍ଭାବନା । ରାତିର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ମଧ୍ୟରେ ରହିବା ଆଶଙ୍କା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା । ଆସନ୍ତା ୪ ଦିନ ଭିତରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ବଢ଼ିପାରେ ।

ଏଭଳି ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ । ଗତ କିଛିଦିନ ଧରି ଲାଗି ରହିଥିବା ବର୍ଷା ଆଶଙ୍କା ଦୂର ହୋଇଛି । ଆସନ୍ତା ୬ ଦିନ ପର୍ୟ୍ୟନ୍ତ ବର୍ଷାର କୌଣସି ସମ୍ଭାବନା ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପୂର୍ବାନୁମାନରେ କୁହାଯାଇଛି । ଗତ ୨/୩ ଦିନ ହେବ ରାଜ୍ୟରେ ଶୀତ ବଢ଼ିଛି । ଗୁରୁବାର ରାତିରେ ଜି.ଉଦୟଗିରି ପୂରା କାଲୁଆ ପାଲଟି ଯାଇଥିଲା । ପାରଦ ଖସି ପହଞ୍ଚିଥିଲା ୫.୪ ଡିଗ୍ରୀ ସେଲସିୟସରେ।

Leave A Reply

Your email address will not be published.