୧୦ ନକ୍ସଲଙ୍କ ଆତ୍ମସମର୍ପଣ

0

ଓଡ଼ିଆ ନ୍ୟୁଜ୍: ମାଓ ନେତା ଚେତୁ ସମେତ ୧୦ ନକ୍ସଲଙ୍କ ଆତ୍ମସମର୍ପଣ । ଛତିଶଗଡ଼ ବସ୍ତର ଆଇଜିଙ୍କ ନିକଟରେ କଲେ ଆତ୍ମସମର୍ପଣ । ମାଓ ନେତା ଚେତୁ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଅନ୍ୟ ନକ୍ସଲଙ୍କ ନାଁରେ ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ପୁରସ୍କାର ରହିଥିଲା । ୨୦୧୩ ଝିରମ ଘାଟି ଆକ୍ରମଣରେ ଚେତୁ ସଂପୃକ୍ତ ଥିବା ପୋଲିସର ସୂଚନା ।

୩୩ କଂଗ୍ରେସ କର୍ମୀଙ୍କୁ ହତ୍ୟା ଘଟଣାରେ ଆତ୍ମସମର୍ପଣ ନକ୍ସଲଙ୍କ ସଂପୃକ୍ତି ଥିଲା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଜଗଦଲପୁର ଠାରେ ବସ୍ତର ଆଇଜି ପି ସୁନ୍ଦର ରାଜ ନିକଟ ୧୦ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ନାଁରେ ୬୫ ଲକ୍ଷ୍ୟ ପୁରସ୍କାର ଥିଲା। ଆଜି ଦୁର୍ଦ୍ଦାନ୍ତ ତଥା ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ମୁଖ୍ୟ ଚେତୁ ଓରଫ ଶ୍ୟାମ ଦାଦା ନିଜର ୯ ଜଣ ସାଥୀଙ୍କୁ ନେଇ ଛତିଶଗଡର ବସ୍ତର ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

Leave A Reply

Your email address will not be published.