ବଢ଼ିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

0

ଓଡ଼ିଆ ନ୍ୟୁଜ୍: ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା। ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ। ‘ମନ୍ତବ୍ୟରେ କେତେ ସତ୍ୟତା ଅଛି କମିଟି ତର୍ଜମା କରିବ’। ‘ଗୁଜବ ପ୍ରଚାର କିମ୍ବା ଭୁଲ୍ ତଥ୍ୟ ପ୍ରଚାର ନ କରନ୍ତୁ’।ଶ୍ରୀମନ୍ଦିରକୁ ନେଇ ବିବାଦୀୟ ବୟାନ ଦେଇଥିଲେ ଶୁଭଙ୍କର ମିଶ୍ର। ଶ୍ରୀମନ୍ଦିର ଉପରେ ମା ରାଧାରାଣୀଙ୍କ ଅଭିଶାପ ଥିବା କହିଛନ୍ତି ଶୁଭଙ୍କରବଢ଼ିଲା ଲୋକପ୍ରିୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର ଶୁଭଙ୍କର ମିଶ୍ରାଙ୍କ ଅଡ଼ୁଆ। ପୁରୀ ଶ୍ରୀମନ୍ଦିରକୁ ନେଇ ଦେଇଥିବା ବିବାଦୀୟ ଟିପ୍ପଣୀ ଲାଗି ତାଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ। ଆଜି ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା।

ସେ କହିଛନ୍ତି, ଶୁଭଙ୍କର ମିଶ୍ରାଙ୍କର ଟିପ୍ପଣୀକୁ ନେଇ ତର୍ଜମା କରାଯାଉଛି। ଏହା ଗୁଜବ ନା ସତ୍ୟ ତାହାକୁ ମଧ୍ୟ ପରୀକ୍ଷା ନିରୀକ୍ଷା କରାଯାଉଛି। ଯଦି ସେ ଏଭଳି ମନ୍ତବ୍ୟ ଦେଇଥାନ୍ତି ଓ କମିଟି ରିପୋର୍ଟ ଦିଅନ୍ତି ତେବେ ତାଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Leave A Reply

Your email address will not be published.