ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଧାନକିଣା ନେଇ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସମୀକ୍ଷା।ଲୋକସେବା ଭବନ ସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସମୀକ୍ଷା। ଧାନ ସଂଗ୍ରହ ଉପରେ ବିସ୍ତୃତ ଆଲୋଚନା କଲେ ଯୋଗାଣ ମନ୍ତ୍ରୀ।ସମସ୍ତ ସହଯୋଗ ନେଇ ମିଲର୍ସ ଆସୋସିଏସନର ପ୍ରତିଶ୍ରୁତି।ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଯୋଗାଣ ମନ୍ତ୍ରୀଙ୍କ ଗୁରୁତ୍ୱ।
ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସହ ଓଡ଼ିଶା ରାଇସ ମିଲର୍ସ ଆସୋସିଏସନ କର୍ମକର୍ତ୍ତାମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଉକ୍ତ ବୈଠକରେ ଧାନ ସଂଗ୍ରହ ଉପରେ ବିସ୍ତୃତ ଆଲୋଚନା ହୋଇଛି । ଧାନ ସଂଗ୍ରହରେ ସମସ୍ତ ସହଯୋଗ ଯୋଗାଇ ଦେବା ପାଇଁ ମିଲର୍ସ ସଂଘ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ଚାଷୀ ମାନଙ୍କ ସ୍ୱାର୍ଥ ରକ୍ଷା ଦିଗରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି ।
ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ସୁଦର୍ଶନ ଚକ୍ରବର୍ତ୍ତୀ, ଓଡ଼ିଶା ରାଇସ ମିଲର୍ସ ଆସୋସିଏସନ ସଭାପତି ମହେଶ କୁମାର ବଂଶଲ, ସାଧାରଣ ସମ୍ପାଦକ ଲକ୍ଷ୍ମୀନାରାୟଣ ଦୀପକ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।