ଓଡ଼ିଆ ନ୍ୟୁଜ୍: ପାରାଦୀପ ବନ୍ଦରରେ ଏକ ଜାହାଜରେ ଲାଗିଲା ନିଆଁ।IOB ବର୍ଥରେ କୋଇଲା ବୋଝେଇ ବେଳେ ଲାଗିଲା ନିଆଁ।ଜାହାଜଟି CQ 2 ବର୍ଥକୁ ସ୍ଥାନାନ୍ତର, ଅନଲୋଡ୍ ହେଲା କୋଇଲା। ଚେନ୍ନାଇରାଧା ବର୍ଥରେ ଲୋଡିଂ ହେଉଥିଲା ଥର୍ମାଲ କୋଇଲା। କନଭର ବେଲ୍ଟ ରେ ଲୋଡିଂ ହେଉଥିଲା କୋଇଲା।
ନିଆଁ ଲାଗିବାରୁ ଜାହାଜକୁ CQ-2 ବର୍ଥକୁ ଅଣାଯାଇଛି। ସେଠାରେ ଜାହାଜରୁ କଢା ହେଉଛି କୋଇଲା। ପାଣି ମାରି କୋଇଲା ଲୋଡିଂ ନ କରିବାରୁ ନିଆଁ ଲାଗିଥିବା ଅନୁମାନ। ତେବେ ନିଆଁକୁ ସଂପୂର୍ଣ୍ଣ ରୂପେ ଆୟତ୍ତକୁ ଅଣାଯାଇଛି।