୩୭ ଜଣ ମାଓବାଦୀ ଆତ୍ମସମର୍ପଣ

0

ଓଡ଼ିଆ ନ୍ୟୁଜ୍: ୩୭ ଜଣ ମାଓବାଦୀ ଆତ୍ମସମର୍ପଣ। ଛତିଶଗଡ ଦନ୍ତେୱାଡା ପୋଲିସ ନିକଟରେ ଏଥିରେ ୧୨ ଜଣ ମହିଳା କ୍ୟାଡରର ସଦସ୍ୟ ଅଛନ୍ତି। ଯେଉଁ ବନ୍ଧୁକରେ ବହୁ ସଂଖ୍ୟାରେ ନିରୀହ ଲୋକଙ୍କର ଜୀବନ ନେଇଥିଲେ, ସେଗୁଡ଼ିକୁ ପୁଲିସ ନିକଟରେ ହସ୍ତାନ୍ତର କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ ୨୭ ଜଣଙ୍କ ନାମରେ ୬୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଏମାନେ ଡିଆରଜି କାର୍ଯ୍ୟାଳୟ ଦନ୍ତେୱାଡାରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି।

ଏହି ବଡ଼ଧରଣର ଆତ୍ମସମର୍ପଣ ପଛରେ ଡିଆରଜି, ବସ୍ତର ଫାଇଟର୍ସ, ସିଆରପିଏଫ୍‌ ବାହିନୀ ଏବଂ ଜଗଦଲପୁରସ୍ଥିତ ଆରଏଫ୍‌ଟିର ରଣନୀତି ରହିଛି। ଏମାନେ ମାସମାସ ଧରି ତୃଣମୂଳସ୍ତରରେ ଗୁଇନ୍ଦା ଏବଂ କ୍ରମାଗତ ଭାବେ ମାଓବାଦୀଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ଫଳରେ ମାଓବାଦୀମାନେ ଉପାୟ ଶୂନ୍ୟ ହୋଇ ଶେଷରେ ଅସ୍ତ୍ର ପରିତ୍ୟାଗ କରିଛନ୍ତି।

Leave A Reply

Your email address will not be published.