ବାରବାଟୀ ମ୍ୟାଚ, ପିଚ୍‌ ଯାଞ୍ଚ କଲେ କ୍ୟୁରେଟର୍

0

ଓଡ଼ିଆ ନ୍ୟୁଜ୍: ବାରବାଟୀ T20 ମ୍ୟାଚ୍ ପୂର୍ବରୁ ପିଚ୍‌ ଯାଞ୍ଚ କଲେ କ୍ୟୁରେଟର୍।କ୍ୟୁରେଟର୍ ଆଶିଷ ଭୌମିକ ଯାଞ୍ଚ କଲେ ପିଚ୍।ଓସିଏର ମୁଖ୍ୟ କ୍ୟୁରେଟର୍‌ଙ୍କ ସହ ଅନ୍ୟ ଗ୍ରାଉଣ୍ଡ ଷ୍ଟାଫ୍ ମଧ୍ୟ ଉପସ୍ଥିତ। T20 ମ୍ୟାଚ ପାଇଁ ୩ଟି ପିଚ୍ ପ୍ରସ୍ତୁତ ହୋଇଛି।ଡିସେମ୍ବର ୯ରେ ବାଟବାଟୀରେ ଖେଳାଯିବT20 ମ୍ୟାଚ୍।

ପିଚ୍ ଅନୁଧ୍ୟାନ କରିବା ସହିତ ପଡ଼ିଆ ବୁଲି ଦେଖିଛନ୍ତି। ରେଡ ସଏଲ୍ ନା ବ୍ଲାକ ସଏଲ୍ ପିଚ୍ ରେ ହେବ ସେନେଇ ଅନୁଧ୍ୟାନ କରିଛନ୍ତି। ଏପଟେ ଭାରତ-ଦକ୍ଷିଣ ଆଫ୍ରିକା ଟିଟ୍ବେଣ୍ଟି ମ୍ୟାଚ ପାଇଁ ପ୍ରସ୍ତୁତି ଜୋରଦାର । ବାରବାଟୀ ଷ୍ଟାଡିୟମରେ ଚତୁର୍ଥ ଥର ଖେଳାଯିବ ଟି-୨୦ ମ୍ୟାଚ୍ । ଆସନ୍ତା ୯ ତାରିଖରେ ଟି-ଟ୍ବେଣ୍ଟିରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚକୁ ନେଇ ଉତ୍ସାହିତ ଓସିଏ। ଆଜି ଚିଫ ପିଚ୍ କ୍ୟୁରେଟରଙ୍କ ଅନୁଧ୍ୟାନ ପରେ ସ୍ପଷ୍ଟ ହେବ କେଉଁ ପିଚ୍ ରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଲଢେଇ ।

Leave A Reply

Your email address will not be published.