ରାଜଧାନୀରେ ଶିକ୍ଷକଙ୍କ ଗର୍ଜନ

0

ଓଡ଼ିଆ ନ୍ୟୁଜ୍: ରାଜଧାନୀରେ ଗର୍ଜିଲେ ଶିକ୍ଷକ। ଆଜି ସେମାନେ ନିଜର ଅଧିକାର ପାଇପାରି ନଥିବାରୁ ରାଜରାସ୍ତାରେ ଛିଡ଼ା ହୋଇଛନ୍ତି। ବିଦ୍ୟାଳୟରେ ଶିକ୍ଷାଦାନ କରିବା ବଦଳରେ ରାଜଧାନୀ ଭୁବନେଶ୍ବରରେ ଅଧିକାର ମାଗୁଛନ୍ତି। ବିଧାନସଭା ଶୀତକାଳୀନ ଅଧିବେଶନ ଜାରି ଥିବା ବେଳେ ଏକ ଗୋଷ୍ଠୀର ହଜାର ହଜାର ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ରାଜରାସ୍ତାରେ ସ୍ବର ଉତ୍ତୋଳନ କରୁଛନ୍ତି। ସେହିପରି ଆଗାମୀ ଦିନରେ ଅନ୍ୟ ଏକ ଶିକ୍ଷକ ଗୋଷ୍ଠୀ ବିଧାନସଭା ଘେରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସପ୍ତଦଶ ବିଧାନସଭାର ଶୀତକାଳୀନ ଅଧିବେଶନ ଜାରି ଥିବା ବେଳେ ଆଜି ପ୍ରାଥମିକ ଶିକ୍ଷକମାନେ ଗର୍ଜନ କରିଛନ୍ତି।

ମହାତ୍ମା ଗାନ୍ଧିମାର୍ଗରେ ହଜାରେ ହଜାରେ ସଂଖ୍ୟାରେ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇ ସରକାରଙ୍କ ବ୍ୟବସ୍ଥା ଉପରେ ପ୍ରଶ୍ନ କରିଛନ୍ତି ଏବଂ ନିଜର ଅଧିକାର ଦାବି କରିଛନ୍ତି। ମହାତ୍ମା ଗାନ୍ଧୀ ମାର୍ଗରେ ହଜାର ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ ଏକାଠି ହୋଇଛନ୍ତି। ଏମାନେ ୨ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନେ ଦାବି କରିଛନ୍ତି ଯେ, ପ୍ରାଥମିକ ଶିକ୍ଷକମାନଙ୍କର ମୂଳ ପଦବିକୁ ଅପଗ୍ରେଡ଼୍ କରି ମୂଳ ବେତନ ୩୫ ହାଜର ୪ ଶହ ଟଙ୍କା ଏବଂ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଚ୍ଛେଦ କରି କାର୍ଯ୍ୟରତ ସମସ୍ତ ଶିକ୍ଷକମାନଙ୍କ ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା ସହ ନୋସନାଲ୍ ଇନକ୍ରିମେଣ୍ଟ୍ ପ୍ରଦାନ କରାଯାଉ। ୧ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ବ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ ଦୀର୍ଘଦିନରୁ ଏହି ଦାବି କରି ଆସୁଛନ୍ତି।

 

Leave A Reply

Your email address will not be published.