ଇଣ୍ଡିଗୋ ଅଚଳବସ୍ଥା, ଏୟାରପୋର୍ଟରେ ଯାତ୍ରୀ ହନ୍ତସନ୍ତ

0

ଓଡ଼ିଆ ନ୍ୟୁଜ୍: ଇଣ୍ଡିଗୋ ବିମାନ ବାତିଲ, ହନ୍ତସନ୍ତ ହେଉଛନ୍ତି ଯାତ୍ରୀ। ଆଜି ପଞ୍ଚମ ଦିନରେ ପହଞ୍ଚିଛି ଇଣ୍ଡିଗୋ ଫ୍ଲାଇଟ୍ ବିଭ୍ରାଟ । ଉଡ଼ାଣ ବାତିଲ ଯୋଗୁ ଏକାଧିକ ବିମାନ ବନ୍ଦରରେ ଏବେ ବି ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଆଜି ବି ଏକାଧିକ ବିମାନ ବାତିଲ ହୋଇଛି । ଗତକାଲି ୧୬ଟି ବିମାନ ବାତିଲ ହୋଇଥିଲା ।

ଭୁବନେଶ୍ବର ଏୟାରପୋର୍ଟରେ ହଇରାଣ ହରକତ ହେଉଛନ୍ତି ଯାତ୍ରୀ । ଯାତ୍ରୀଙ୍କୁ ବିମାନଯାତ୍ରା ନେଇ ମିଳୁନି ସଠିକ ସୂଚନା । ଦୀର୍ଘ ସମୟ ଧରି ଏୟାରପୋର୍ଟରେ ଫସି ରହୁଛନ୍ତି ।ସେପଟେ ଇଣ୍ଡିଗୋ ସମସ୍ୟା ନେଇ ଜାରି ହୋଇଛି ଆଡ଼ଭାଇଜରୀ।ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ଆଡଭାଇଜରି ଜାରି।ଯାତ୍ରୀଙ୍କୁ ବିମାନର ଷ୍ଟାଟସ୍‌ ଯାଞ୍ଚ କରିବାକୁ ପରାମର୍ଶ।

Leave A Reply

Your email address will not be published.