ନାଇଟ୍‌ କ୍ଲବରେ ଭୟଙ୍କର ବିସ୍ଫୋରଣ, ୨୫ ମୃତ

0

ଓଡ଼ିଆ ନ୍ୟୁଜ୍: ଗୋଆ ଆର୍‌ପୋରାର ନାଇଟ୍‌ କ୍ଲବରେ ଭୟଙ୍କର ବିସ୍ଫୋରଣ।୨୫ରୁ ଅଧିକ ମୃତ, ଅଗ୍ନିଶମ ଟିମ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି। ମୃତକଙ୍କ ମଧ୍ୟରୁ ଅନେକ କ୍ଲବର କର୍ମଚାରୀ ହୋଇଥିବା ସନ୍ଦେହ।ମୃତକଙ୍କ ମଧ୍ୟରେ ୩ ମହିଳା ଓ ୪ ବିଦେଶୀ ପର୍ଯ୍ୟଟକ ଥିବା ସୂଚନା। ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ।ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ।ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି।ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା।ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ: PMO।

ପୋଲିସ ସୂଚନା ଅନୁଯାୟୀ, ଗ୍ୟାସ ସିଲିଣ୍ଡର୍‌ ଫାଟିବା ଯୋଗୁ ଏହି ଦୁର୍ଘଟଣା ହୋଇଥାଇପାରେ ବୋଲି କୁହାଯାଉଛି। ମୃତକମାନଙ୍କ ମଧ୍ୟରେ ଅଧିକାଂଶ କ୍ଲବରେ କାମ କରୁଥିବା କର୍ମଚାରୀ ଥିବା ଜଣାପଡ଼ିଛି। ଘଟଣା ସମୟରେ କ୍ଲବରେ ଅନେକ ଲୋକ ଉପସ୍ଥିତ ଥିଲେ। ମଧ୍ୟରାତ୍ରି ସମୟରେ ନିଆଁ ଲାଗିବା ପରେ ତୁରନ୍ତ ରେସ୍କ୍ୟୁ ଅପରେଶନ ଜାରି ରହିଥିଲା। ଯାହା ରବିବାର ସକାଳ ପର୍ଯ୍ୟନ୍ତ ଜାରି ରହିଥିଲା।

ଗତକାଲି ନାଇଟ୍ କ୍ଲବରେ ସ୍ବତନ୍ତ୍ର ଡିଜେ ନାଇଟ୍ ଥିଲା। ରାତି ୧୧ଟାରୁ ୧୨ଟା ଭିତରେ ହଠାତ୍ ବିସ୍ଫୋରଣ ଘଟି ହୁତୁ ହୁତୁ ହେଇ ଜଳିଥିଲା ସମ୍ପୂର୍ଣ୍ଣ ଅଞ୍ଚଳ। ଅନୁମାନ କରାଯାଉଛି କି ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳକୁ ରାତିରେ ହିଁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ। ତାସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.