ଓଡ଼ିଆ ନ୍ୟୁଜ୍: ବାରବାଟୀରେ ଟସ୍ ଜିତିଲା ଦକ୍ଷିଣ ଆଫ୍ରିକା।ଟସ୍ ଜିତି ଫିଲ୍ଡିଂ ନେଲା ଦକ୍ଷିଣ ଆଫ୍ରିକା।ପଛରେ ବୋଲିଂ କରିବା ଭାରତ ପାଇଁ ଚ୍ୟାଲେଞ୍ଜ୍ ବାରବାଟୀ ବ୍ୟାଟଲ୍ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟ୍ବେଣ୍ଟି ଟ୍ବେଣ୍ଟି ମୁକାବିଲା ବାରବାଟୀରେ ଖେଳାଯାଉଛି । ଏଥିପାଇଁ ପଡିଛି ଟସ୍ । ବାରବାଟୀରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ
ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ । ଟିମ୍ରେ ୪ ଜଣଙ୍କୁ ବାଦ୍ ଦିଆଯାଇଛି । ଶୁଭମନ ଗିଲ୍ ଫିଟ୍ ହୋଇ ପ୍ଲେଇଂ ଇଲେଭେନକୁ ଫେରିଛନ୍ତି । ସେହିଭଳି ସଞ୍ଜୁ ସାମସନ, ହର୍ଷିତ ରାଣା, ଓ୍ବାଶିଂଟନ ସୁନ୍ଦର ଏବଂ କୁଲଦୀପ ଯାଦବଙ୍କୁ ବାହାରେ ରହିଛନ୍ତି ।