ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ୍‌ କଟକଣା

0

ଓଡ଼ିଆ ନ୍ୟୁଜ୍: ଆଉ ୧୮ ଘଣ୍ଟା ଇଣ୍ଟରନେଟ୍‌ କଟକଣା ବୃଦ୍ଧି କଲା ପ୍ରଶାସନ। କାଲି ଦିନ ୧୨ଟା ପର୍ଯ୍ୟନ୍ତ କଟକଣା ବୃଦ୍ଧି ନେଇ ସୂଚନା ଜାରି। RDC ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଇଣ୍ଟରନେଟ୍‌ କଟକଣା ବୃଦ୍ଧି। ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜାରି କଲେ ନିର୍ଦ୍ଦେଶନାମା। ସରକାରୀ, ବ୍ୟାଙ୍କ ଓ ରେଲୱେ ସେବା ପାଇଁ ଇଣ୍ଟରନେଟ୍‌ କଟକଣା।ମନାମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି -୨୬ ଗ୍ରାମ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ଇତିମଧ୍ୟରେ ମାଲକାନଗିରି ଜିଲାରେ ଆଉ ୧୮ ଘଣ୍ଟା ଇଣ୍ଟରନେଟ କଟକଣାକୁ ବୃଦ୍ଧି କରାଯାଇଛି। ବୁଧବାର ଦିନ ୧୨ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। RDC ଏବଂ ଜିଲାପାଳଙ୍କ ମଧ୍ୟରେ ଆଲୋଚନା ପରେ ଇଣ୍ଟରନେଟ କଟକଣା ବୃଦ୍ଧି ହୋଇଛି। ଏନେଇ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ରାଖେଲଗୁଡ଼ା ଗ୍ରାମବାସୀଙ୍କ ସମେତ ଆଦିବାସୀ ସମ୍ପ୍ରଦାୟର ଲୋକେ ଏମ୍‌ଭି-୨୬ ଗାଁରେ ପଶି ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିବା ସହ ୫୦ରୁ ଊର୍ଦ୍ଧ୍ୱ ଘରେ ନିଆଁ ଲଗାଇ ଜାଳିଦେଇଛନ୍ତି। ପୋଡ଼ାଜଳା ପରେ ମଙ୍ଗଳବାର ଏମ୍‌ଭି-୨୬ଗାଁରେ ରହୁଥିବା ଲୋକେ ଗାଁ ଛାଡି ବାହାରକୁ ଚାଳିଯାଉଥିବା ଜଣାପଡିଛି।

Leave A Reply

Your email address will not be published.