ଗର୍ଜିଲା ପାଣ୍ଡ୍ୟାଙ୍କ ବ୍ୟାଟ୍‌

0

ଓଡ଼ିଆ ନ୍ୟୁଜ୍: ବାରବାଟୀରେ ଦର୍ଶକକୁ ଭରପୁର ଆନନ୍ଦ ଦେଲେ ପାଣ୍ଡ୍ୟା। ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫/୬।୨୮ଟି ବଲ୍‌ରୁ ଅପରାଜିତ ୫୯ ରନ୍‌ କଲେ ପାଣ୍ଡ୍ୟା।୪ଟି ଛକା ଓ ୬ଟି ଚୌକା ଜରିଆରେ ପାଣ୍ଡ୍ୟାଙ୍କ ୫୯। ଦକ୍ଷିଣ ଆଫ୍ରିକା ପାଇଁ ବିଜୟ ଲକ୍ଷ୍ୟ ୧୭୬। ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ସନ୍ଧ୍ୟାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯାଉଛି। ଏହି ଟି୨୦ ଶୃଙ୍ଖଳା ଦୁଇମାସ ପରେ ଆରମ୍ଭ ହେବାକୁ ଥିବା ଟି୨୦ ବିଶ୍ବକପ୍‌ର ପୂର୍ବ ପ୍ରସ୍ତୁତି ଦୃଷ୍ଟିରେ ଦେଖାଯାଉଛି।

କଟକରେ ଦକ୍ଷିଣ ଆଫ୍ରିକା ପ୍ରଥମେ ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତକୁ ବ୍ୟାଟିଂ କରିବାକୁ ସୁଯୋଗ ମିଳିଥିଲା। ଘରୋଇ ଦଳ ଏଠାରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୭୫ ରନ୍‌ ସଂଗ୍ରହ କରିଛି। ଫଳରେ ଅତିଥି ଟିମ୍‌କୁ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଅଲରାଉଣ୍ଡର ହାର୍ଦ୍ଦିକପାଣ୍ଡ୍ୟା ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି। ହାର୍ଦ୍ଦିକ ଅପରାଜିତ ୫୯ ରନ୍‌ ସଂଗ୍ରହ କରିଥିଲେ। ସେ ୨୮ଟି ବଲ୍‌ ଖେଳି ୬ଟି ଚୌକା ଓ ୪ଟି ଛକା ମାରିଥିଲେ।

Leave A Reply

Your email address will not be published.