ମାରି ପାହାଡ଼ ଉପରେ ଫିଙ୍ଗିଦେଲେ

0

ଓଡ଼ିଆ ନ୍ୟୁଜ୍: ପାହାଡ଼ ଉପରେ ପଡ଼ିଛି ଯୁବକଙ୍କ ମୃତଦେହ।କ୍ଷେତରାଜପୁର ଥାନା ଲକ୍ଷ୍ମୀଡୁଙ୍ଗୁରି ପାହାଡ଼ରେ ରକ୍ତଭିଜା ମୃତଦେହ।କ୍ଷେତରାଜପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି। ମୃତ ବ୍ୟକ୍ତି ହେଲେ ଅଭୟ କୁମାର ଦାସ। ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁସାରେ ହୀରାକୁଦ ଆଇଟିଆଇ ଅଞ୍ଚଳର ଅଭୟ କୁମାର ଦାସ ଗତକାଲି ଅପରାହ୍‌ଣରେ ସମ୍ବଲପୁର ଯାଇଥିଲେ। ତାଙ୍କର ବଡ଼ବାପାଙ୍କର ଏକ ଘରୋଇ ହସ୍‌ପିଟାଲରେ ଅପରେସନ୍‌ ହୋଇଥିବାରୁ ସେ ଭେଟିବାକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ବାରମ୍ବାର ଫୋନ୍‌ କଲ ଆସିଥିଲା। ଶେଷରେ ଫୋନ୍‌ କଲ କରିଥିବା ବ୍ୟକ୍ତିଙ୍କ ପାଖକୁ ଅଭୟ ଯାଇଥିଲେ। ସେବେ ଠାରୁ ସେ ଆଉ ଘରକୁ ଫେରି ନଥିଲେ। ଆଜି ଅପରାହ୍‌ଣରେ ଅଭୟଙ୍କର ମୃତଦେହ ଠାବ ହୋଇଥିଲା। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.