ବଦଳିଲା ମନରେଗା ନାଁ

ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା ନାଁରେ ହେଲା ନାମିତ

0

ଓଡ଼ିଆ ନ୍ୟୁଜ୍: ମନରେଗା ନାଁ ବଦଳାଇଲେ କେନ୍ଦ୍ର ସରକାର। ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା ନାଁରେ ହେଲା ନାମିତ। ଯୋଜନାରେ ସର୍ବନିମ୍ନ ନିଯୁକ୍ତି ଦିବସକୁ ମଧ୍ୟ ବୃଦ୍ଧି କଲେ ସରକାର। ସର୍ବନିମ୍ନ ୧୨୫ ଦିନକୁ ୨୪୦ ଦିନ ଯାଏଁ ବୃଦ୍ଧି କଲେ।ପ୍ରଥମେ ଏହାର ନାଁ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି-NREGA ଥିଲା।ପରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି MGNREGA ହୋଇଥିଲା।

କେନ୍ଦ୍ର ସରକାର ଆଜି ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର MGNREGA ନାଁ ବଦଳାଇ ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା(Pujya Bapu Gramin Rozgar Yojana) ନାଁରେ ନାମିତ କରିଛନ୍ତି ।ଏପରିକି ସରକାର ଯୋଜନାରେ ସର୍ବନିମ୍ନ ନିଯୁକ୍ତି ଦିବସକୁ ମଧ୍ୟ ବୃଦ୍ଧି କରିଛନ୍ତି। ପୂର୍ବରୁ ସର୍ବନିମ୍ନ ୧୨୫ ଦିନ ନିଯୁକ୍ତି ଦିବସ ଥିବାବେଳେ ଏହାକୁ ୨୪୦ ଦିନ ଯାଏ ବୃଦ୍ଧି କରାଯାଇଛି। ପ୍ରଥମେ ଏହାର ନାଁ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି NREGA ରହିଥିଲା ପରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି MGNREGA ହୋଇଥିଲା। ବର୍ତ୍ତମାନ ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା(Pujya Bapu Gramin Rozgar Yojana) ନାଁରେ ନାମିତ କରାଯାଇଛି।

Leave A Reply

Your email address will not be published.