ଭୁବନେଶ୍ବରରେ ଗଣଦୁଷ୍କର୍ମ ଅଭିଯୋଗ, 2 ଗିରଫ

0

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବରରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ; ୨ ଗିରଫ। ଗତ ୧୧ରେ ପୁରୁଷ ବନ୍ଧୁଙ୍କ ସହ ଯିବା ବେଳେ ମାଡ଼ ମାରି ଗଣଦୁଷ୍କର୍ମ।ଦୟାନଦୀ କୂଳରେ ଗଣଦୁଷ୍କର୍ମ; ଧଉଳି ଥାନାରେ ଏତଲା ପରେ ତଦନ୍ତ। ତେବେ ଗତ ୧୨ ତାରିଖରେ ସାମନାକୁ ଆସିଥିବା ଦୁଷ୍କର୍ମ ମାମଲା ମନରୁ ନଯାଉଣୁ ପୁଣି ଥରେ ଘଟିଛି ଭୟଙ୍କର ଘଟଣା । ସୂଚନା ଅନୁସାରେ, ଅଶୋକନଗର ନାବାଳିକା ଦୁଷ୍କର୍ମ ଘଟଣା ମନରୁ ନଯାଉଣୁ ରାଜଧାନୀରେରେ ପୁଣି ଘଟିଛି ଛାତି ଥରାଇ ଦେବା ଭଳି ଘଟଣା । ଘରେ କେହି ନଥିବାର ସୁଯୋଗ ନେଇ ନରପିଶାଚ ବନିଯାଇଥିଲା ଘର ମାଲିକର ଭାଇ । ନିଷ୍ପାପ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରି ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଛାଡି ଦେଇଥିଲା ସଇତାନ । ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଂଘର୍ଷ କରୁଛି କୁନି ଝିଅ ।

Leave A Reply

Your email address will not be published.