ଆଜି ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ T-20

0

ଓଡ଼ିଆ ନ୍ୟୁଜ୍: ଆଜି ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ T-20।ଆଗୁଆ ସିରିଜ୍ କବଜା ଲକ୍ଷ୍ୟରେ ସୂର୍ଯ୍ୟ ସେନା।୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ଭାରତ।ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରି ନପାରେ ଭାରତ।ପରାଜୟରେ ବ୍ରେକ୍ ଲଗାଇବାକୁ ଦମ୍ ଖଟାଇବ ଦକ୍ଷିଣ ଆଫ୍ରିକା।

ଭାରତର ଅର୍ଶଦୀପ ସିଂହ ଏବଂ ଦକ୍ଷିଣ ଆଫ୍ରିକାର ରିଜା ହେଣ୍ଡ୍ରିକ୍ସଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ପ୍ରତ୍ୟାବର୍ତ୍ତନରେ ହେଣ୍ଡ୍ରିକ୍ସ (୦ ଓ ୮) ବିଫଳ ହୋଇଥିବାରୁ ଏବେ ଚାପରେ ରହିଛନ୍ତି। ଏପରିକି ଭାରତ ବିପକ୍ଷରେ ସେ ୧୫ ପାଳିରୁ ମାତ୍ର ଗୋଟିଏ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କୁ ଖେଳିବା ତାଙ୍କ ପାଇଁ ପୁଣି ଏକ ଆହ୍ବାନ ଆଣିଛି। ଯଶପ୍ରୀତ୍ ବୁମ୍‌ରା ମଧ୍ୟ ଏହି mନ ଖେଳିବା ସମ୍ଭାବନା ରହିଛି। ଅସୁସ୍ଥ ଅକ୍ଷର ପଟେଲ୍‌ ନ ଥିବାରୁ ଭାରତ ଗତ ମ୍ୟାଚ୍‌ ଦଳରେ କୌଣସି ପରିବର୍ତ୍ତନ କରିବା ସମ୍ଭାବନା କମ୍‌ ରହିବ। କ୍ବିଣ୍ଟନ୍ ଡି’କକ୍‌ଙ୍କ ବିପକ୍ଷରେ ସମସ୍ତ ଫର୍ମାଟ‌୍ ଟ୍ବେଣ୍ଟି-୨୦ରେ ଅର୍ଶଦୀପ ୫୬ ବଲ୍‌ ବୋଲିଂ କରି ୫ ଥର ଆଉଟ୍ କରିଛନ୍ତି ମାତ୍ର ୬୬ ରନ୍ ବିନିମୟରେ। ସୂର୍ଯ୍ୟକୁମାର ଗତବର୍ଷ ଅକ୍ଟୋବର ପରଠାରୁ ଅର୍ଦ୍ଧଶତକ ମାରି ନାହାନ୍ତି।

Leave A Reply

Your email address will not be published.