ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୂର୍ବତନ ଡିଜିପି ଅଭୟଙ୍କୁ ନୂଆ ନିଯୁକ୍ତି ଦେଲେ ରାଜ୍ୟ ସରକାର। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଅଧ୍ୟକ୍ଷ ଭାବେ ଅଭୟଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ତେବେ ଆଗାମୀ ୫ ବର୍ଷ କିମ୍ବା ୬୨ ବର୍ଷ ହେଲା ପର୍ଯ୍ୟନ୍ତ ଅଭୟ ଏହି ପଦରେ କାମ କରିବେ । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ତେବେ ୨୦୨୧ ଡିସେମ୍ବର ୩୧ରେ ଡିଜିପି ପଦରୁ ଅବସର ନେଇଥିଲେ ଅଭୟ।
ପୂର୍ବତନ ଡିଜିପି ଅବସର ପରେ ତାଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କୁ ପ୍ରଥମେ ନାର୍କୋଟିକ୍ସ ଡ୍ରଗ୍ସ ସମ୍ପର୍କିତ ରାଜ୍ୟ ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତ ମିଳିଥିଲା। ମୁଖ୍ୟ ସଚିବ ପାହ୍ୟାର ପଦବୀରେ ସେ ଏହି ନିଯୁକ୍ତି ପାଇଥିଲେ। ଏହାପରେ ଆଜି ତାଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି।