ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବର ଚନ୍ଦକାରେ ଟ୍ରାଙ୍କୁଲାଇଜ୍ ହେଲା ଅସୁସ୍ଥ ଦନ୍ତାହାତୀ। ଟ୍ରାଙ୍କୁଲାଇଜ୍ ପରେ ଅସୁସ୍ଥ ଦନ୍ତାହାତୀର ଚିକିତ୍ସା ଆରମ୍ଭ। OUAT ଓ ନନ୍ଦନକାନନ ଟିମ୍ ଦ୍ବାରା ଚିକିତ୍ସା ଆରମ୍ଭ।ଚିକିତ୍ସାରୁ ଜଣାପଡ଼ିବ ବାମ ଗୋଡ଼ ଫୁଲିବାର କାରଣ। ଗୁଳିମାଡ଼, ତୀରମାଡ଼ ନା ସଂକ୍ରମଣ କାରଣ ସ୍ପଷ୍ଟ ହେବ।ଗତ ୩/୪ ଦିନ ହେଲା ଅସୁସ୍ଥ ଅବସ୍ଥାରେ ଘୁରି ବୁଲୁଛି ଦନ୍ତା ହାତୀ।କାଲି ରେସ୍କ୍ୟୁ ସମୟରେ ଫରେଷ୍ଟରଙ୍କ ସମେତ ୨ ଜଣ ଆହତ ହୋଇଥିଲେ।
ଭାଲୁଙ୍କା ଜଙ୍ଗଲରେ ବୁଲୁଥିବା ଅସୁସ୍ଥ ଦନ୍ତା ଉପରେ ନଜର ରଖିଛନ୍ତି ୨୦ରୁ ଅଧିକ ବନକର୍ମଚାରୀ । ୫ ଟିକିଆ ହାତୀପଲଙ୍କ ଭିତରେ ରହିଛି ଅସୁସ୍ଥ ଦନ୍ତା । ଅସୁସ୍ଥ ଦନ୍ତାକୁ ହାତୀ ପଲରୁ ଦୁରେଇଲା ପରେ ଟ୍ରାଙ୍କୁଲାଇଜ୍ କରଯିବ ।ଏହାପରେ ତୁରନ୍ତ ଆରମ୍ଭ ହେବ ଚିକିତ୍ସା । ଦନ୍ତାଟିର ପଛ ବାମ ଗୋଡରେ ଆଘାତ ଲାଗିଛି । ଦନ୍ତାର ଗୋଡ ଫୁଲିଥିବା ବେଳେ ଟ୍ୟୁମର ହୋଇଥିବା ଅନୁମାନ କରାଯାଉଛି । ଗତ ଦୁଇ ଦିନ ହେବ ହାତୀଟି ଚନ୍ଦକା ଜଙ୍ଗଲ ମଧ୍ୟରେ ଘୁରି ବୁଲୁଛି । ସେପଟେ ବନ ବିଭାଗ ସଜାଗ ରହିଛନ୍ତି ।ଚନ୍ଦକା ଏସିଏଫ ଓ ଚନ୍ଦକା ବନାଞ୍ଚଳ ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀ ଦୁଇ ଦିନ ହେବ ହାତୀକୁ ନୀରିକ୍ଷଣରେ ରଖିଛନ୍ତି ।