ବ୍ୟାଟିଂ କରୁଛି ଭାରତ

0

ଓଡ଼ିଆ ନ୍ୟୁଜ୍: ଅହମ୍ମଦାବାଦରେ ଭାରତ-ଦକ୍ଷିଣ ଆଫ୍ରିକା ପଞ୍ଚମ ଟି ଟ୍ବେଣ୍ଟି। ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଭାରତ।ବୁମ୍‌ରା, ୱାଶିଂଟନ୍ ସୁନ୍ଦର, ସଞ୍ଜୁ ସାମସନ୍ ଫେରିଲେ। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତ ବ୍ୟାଟିଂ ଜାରି ରଖିଛି। ରିପୋର୍ଟ ଲେଖାଯିବା ବେଳକୁ ଭାରତ ୧୨ ଓଭର ଶେଷ ସୁଦ୍ଧା ୨ଟି ୱିକେଟ୍‌ ହରାଇ ୧୧୫ ରନ୍‌ ସଂଗ୍ରହ କରିଛି।

ଭାରତର ପ୍ରାରମ୍ଭିକ ବ୍ୟାଟର ଅଭିଷେକ ଶର୍ମା ଓ ସଂଜୁ ସାମସନ୍‌ ପ୍ରଥମ ୱିକେଟ୍‌ ପାଇଁ ୬୩ ରନ୍‌ ସଂଗ୍ରହ କରିଥିଲେ। ଦକ୍ଷିଣ ଆଫ୍ରିକାର ପ୍ରଥମ ଶିକାର ହୋଇଥିଲେ ଅଭିଷେକ ଶର୍ମା। ସେ ୨୧ଟି ବଲ୍‌ ଖେଳି ୩୪ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୬ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଭାରତ ଦ୍ବିତୀୟ ୱିକେଟ୍‌ ଭାବେ ସଂଜୁ ସାମସନ୍‌ଙ୍କୁ ହରାଇଥିଲା, ଯିଏକି ବ୍ୟକ୍ତିଗତ ଭାବେ ୩୭ ରନ୍‌ ସଂଗ୍ରହ କରିଥିଲେ। ସେ ୨୨ଟି ବଲ୍‌ ଖେଳି ୪ଟି ଚୌକା ଓ ୨ଟି ଛକା ମାରିଥିଲେ।

Leave A Reply

Your email address will not be published.