ଦକ୍ଷିଣ ଆଫ୍ରିକାରେ ଗୁଳିମାଡ଼; ୧୦ ମୃତ

0

ଓଡ଼ିଆ ନ୍ୟୁଜ୍: ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଗୁଳିମାଡ଼; ୧୦ ମୃତ। ଦୁର୍ବୃତ୍ତମାନଙ୍କ ଆଖିବୁଜା ଗୁଳିମାଡ଼ରେ ୧୦ ମୃତ, ଆଉ ୧୦ ଗୁରୁତର।ଗୁଳିମାଡ଼ କରି ଦୁର୍ବୃତ୍ତମାନେ ଫେରାର, ପୋଲିସର ଛାନଭିନ୍।ଆକ୍ରମଣକାରୀ କିଏ ଓ ଆକ୍ରମଣର କାରଣ ଅସ୍ପଷ୍ଟ।ଆକ୍ରମଣକାରୀମାନେ ଅଜ୍ଞାତ ବନ୍ଧୁକଧାରୀ ଥିଲେ।ସେମାନେ ଆଖିବୁଜା ଗୁଳି ଚଳାଇ ପଳାଇ ଯାଇଥିଲେ। ପୁଲିସ ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରିଛି। ତଦନ୍ତ ଜାରି ରହିଛି। ଏପର୍ଯ୍ୟନ୍ତ ଆକ୍ରମଣର କାରଣ ଜଣାପଡ଼ି ନାହିଁ।

ଗୌଟେଙ୍ଗ ପ୍ରଦେଶ ପୁଲିସ ମୁଖପାତ୍ର ବ୍ରିଗେଡିୟର ବ୍ରେଣ୍ଡା ମୁରିଡିଲି କହିଛନ୍ତି ଯେ ଜୋହାନ୍ସବର୍ଗର ୪୦ କିଲୋମିଟର (୨୫ ମାଇଲ) ଦକ୍ଷିଣ-ପଶ୍ଚିମରେ ବେକର୍ସଡେଲ୍ ଅଞ୍ଚଳରେ ଏହି ଆକ୍ରମଣ ଘଟିଛି। ଅଜ୍ଞାତ ବନ୍ଧୁକଧାରୀମାନେ ସୁନା ଖଣି ନିକଟରେ ଥିବା ଏକ ବସ୍ତିର ବାସିନ୍ଦାଙ୍କ ଉପରେ ଅଚାନକ ଗୁଳି ଚଳାଇଥିଲେ।ପୀଡିତମାନଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ, କିନ୍ତୁ ଆହତମାନେ କହିଛନ୍ତି ଯେ, ସେମାନେ ଆକ୍ରମଣକାରୀଙ୍କୁ ଦେଖିଥିଲେ, ଯେଉଁମାନେ ପଛରୁ ସେମାନଙ୍କ ଉପରେ ଗୁଳି ଚଳାଇଥିଲେ।

Leave A Reply

Your email address will not be published.