ଚିଲିକାରେ ବୁଡି ପର୍ଯ୍ୟଟକ ମୃତ

0

ଓଡ଼ିଆ ନ୍ୟୁଜ୍: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ। ବାଘମୁଣ୍ଡା କୂଳରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ।ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇ ମୃତ୍ୟୁ।ବାଘମୁଣ୍ଡା କୂଳରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ। ଖବର ଅନୁଯାୟୀ ଆଜି ଭୁବନେଶ୍ୱରର ଏକ ଘରୋଇ କମ୍ପାନୀର ୧୫ ଜଣ କର୍ମଚାରୀ ଚିଲିକା ବୁଲିବାକୁ ଆସିଥିଲେ।

ସେମାନେ ସମସ୍ତେ ବାଘମୁଣ୍ଡା ଜେଟିରୁ ୨ଟି ଡ଼ଙ୍ଗାରେ ଚିଲିକା-ସମୁଦ୍ର ମିଳନ ସ୍ଥଳ ନୂଆ ମୁହାଣ ବୁଲିବାକୁ ଯାଇଥିଲେ। ସେଠାରେ ମୁହାଣରେ ଗାଧୋଇଵାବେଳେ ଝାଡ଼ଖଣ୍ଡର କୁଶଗ୍ର ଦିବ୍ୟ ନାମକ ଜଣେ ପର୍ଯ୍ୟଟକ ମୁହାଣ ସ୍ରୋତରେ ଭାସି ଯାଇଥିଲେ। ଏନେଇ ବ୍ରହ୍ମଗିରି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ପହଂଚି ଖୋଜାଖୋଜି କରି ଶବ ଉଦ୍ଧାର କରିଛି। ଏବେ ଘଟଣାସ୍ଥଳରେ ବ୍ରହ୍ମଗିରି ପୁଲିସ ପହଂଚି ଶବ ଜବତ କରି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.