ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପ୍ରସଙ୍ଗ: ଯାଜପୁର ରସୁଲପୁର ବ୍ଲକକୁ ତଥ୍ୟ ସଂଗ୍ରହକାରୀ ଦଳକୁ ପଠାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପ୍ରସଙ୍ଗକୁ ନେଇ ଦାୟର ମାମଲାରେ ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଇଂଲିଶ ସମ୍ବାଦ ପତ୍ରରେ ପ୍ରକାଶିତ ସମ୍ବାଦକୁ ଗୁରୁତ୍ବର ସହ ନେଇ ଏକ ତଥ୍ୟ ସଂଗ୍ରହକାରୀ ଦଳକୁ ଯାଜପୁର ରସୁଲପୁର ବ୍ଲକକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରସୁଲପୁର ବ୍ଲକରେ ଆଧାର ସଂଯୋଗ ହୋଇ ନଥିବା କାରଣରୁ ପ୍ରାୟ ୨ ହଜାର ହିତାଧିକାରୀଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ଦେବାକୁ ମନା କରାଯାଇଥିବା ଘଟଣା ସଂକ୍ରାନ୍ତରେ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ତୁରନ୍ତ ଏକ ଟିମ ରସୁଲପୁର ଯାଇ ସ୍ଥିତି ଅନୁଧ୍ୟାନ କରିବେ ଓ ଏପରି ହିତାଧିକାରୀଙ୍କୁ ଯଥାଶୀଘ୍ର ଖାଦ୍ୟ ସୁରକ୍ଷା ଯୋଜନା ଅନୁସାରେ ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୫ତାରିଖ ପୂର୍ବରୁ ପଦକ୍ଷେପ ସମ୍ପର୍କୀତ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଯାଜପୁର ଜିଲା ରସୁଲପୁର ବ୍ଲକରେ ୨ହଜାର ହିତାଧିକାରୀ ଆଧାର କାର୍ଡ ଲିଙ୍କ ହୋଇନଥିବା ଯୋଗୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇଥିବା ନେଇ ସମ୍ବାଦ ପ୍ରକାଶ ପାଇଥିଲା।

ତେବେ ଆଜି ସରକାରଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଥିବାବେଳେ ଆବେଦନକାରୀଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ଯୋଜନରୁ ଅନେକ ଲୋକ ଆଧାର ସଂଯୋଗ ନଥିବା ବଞ୍ଚିତ ହେଉଛନ୍ତି ବୋଲି ଦର୍ଶାଯାଇଥିଲା।  କଳାହାଣ୍ଡି ଜିଲାରେ ଏପରି ଅନେକ ଦୃଷ୍ଟାନ୍ତ ଥିବା ଦର୍ଶଯାଇଥିଲା। ଏହି ପରିପ୍ରେକ୍ଷୀରେ ଅଦାଲତ ଶୁଣାଣି କରି ହିତାଧିକାରୀଙ୍କ ଆଧାର କାର୍ଡ ନଥିବା ଓ ଲିଙ୍କ ହୋଇନଥିବା କାରଣରୁ ଯେପରି ଖାଦ୍ୟ ସୁରକ୍ଷା ଯୋଜନାରୁ କେହି ବଞ୍ଚିତ ନରୁହନ୍ତି ; ସେ ଦିଗରେ ପଦକ୍ଷେପ ନେବାକୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତୀ ଶୁଣାଣି ୨୫ରେ ହେବା ପାଇଁ ଅଦାଲତ ଧାର୍ଯ୍ୟ କରିଛନ୍ତି।

Leave A Reply

Your email address will not be published.