ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନନ୍ଦନକାନନ ରେ ଧଳା ବାଘୁଣି ରୁପା ର, ଆଉ ଏକ ନାଲି ମାଇ ଛୁଆ ଆଜି ଆଖି ବୁଜିଛି । ମୃତ ଛୁଆ ଟି ଜନ୍ମ ହେବା ଦିନ ଠାରୁ ତାକୁ ନିଜ ମା ଠାରୁ ଅଲଗା ରଖାଯାଇ ଥିଲା । କତ୍ତୃପକ୍ଷ ଏହି ଛୁଆ କୁ ଭେଟେନାରୀ ରେ ରଖି ନିଜ ହେପାଜତ ରେ ପାଳନ କରୁଥିଲେ । ମୃତ ବାଘ ଛୁଆ ଟି ଗତ କାଲି ଠାରୁ ଅସୁସ୍ଥ ଥିଲା , ପଶୁ ଚିକିତ୍ସକ ମାନେ ତାର ଚିକିସ୍ଛା କରୁଥିଲେ । ମୃତ ବାଘ ଶାବକ ଟି ଜନ୍ମ ହେବା ଦିନ ଠାରୁ ବାରମ୍ବାର ଅସୁସ୍ଥ ହେଉ ଥିଲା । ତେବେ କେଉଁ କାରଣ ରୁ ବାଘ ଶାବକ ଟି ମ୍ରୁତ୍ୟୁବରଣ କରିଛି ସେନେଇ ନନ୍ଦନକାନନ ତରଫ ରୁ କୌଣିସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।
ମୃତ ବାଘ ଶାବକର ଶବ ବ୍ୟବଛେଦ କରାଯିବା ପରେ , ମୃତ ର ପ୍ରକୃତ କାରଣ ସ୍ପଷ୍ଟ ହେବ । ଗତ ମାର୍ଚ୍ଚ ମାସ ୧୧ ତାରିଖ ରେ ଧଳା ବାଘୁଣି ରୁପା ତିନୋଟି ଛୁଆ ଜନ୍ମ ଦେଇଥିଲା । ଏହା ରୁପା ର ପ୍ରଥମ ଗର୍ଭ ହୋଇ ଥିବାରୁ ସେ ନିଜ ଛୁଆ ମାନଙ୍କର ଯତ୍ନ ଠିକ୍ ରେ ନେଇ ପାରି ନ ଥିଲା । ଏଥିପାଇଁ ତିନି ଛୁଆ ଙ୍କୁ ମା ଠାରୁ ଅଲଗା କରି , କତ୍ତୃପକ୍ଷ ନିଜ ହେପାଜତ ରେ ଲାଳନ ପାଳନ କରୁଥିଲେ । ଗତ ମାର୍ଚ୍ଚ ମାସ ୨୧ ତାରିଖ ରେ ତିନୋଟି ଛୁଆ ଙ୍କ ମଧ୍ୟ ରୁ ଗୋଟିଏ ଧଳା ଅଣ୍ଡିରା ଛୁଆ ମୃତ୍ଯୁ ବରଣ କରିଥିଲା । ବଂଚି ରହିଥିବା ଦୁଇ ଛୁଆ ଙ୍କ ମଧ୍ୟ ରୁ ଆଜି ଆଉ ଏକ ନାଲି ରଙ୍ଗର ମାଇ ଛୁଆ ମୃତୁ ବରଣ କରିଛି ।
ଏବେ ରୁପା ର ଆଉ ଏକ ମାତ୍ର ଧଳା ମାଇ ଛୁଆ ବଂଚିଥିବା ବେଳେ , କତ୍ତୃପକ୍ଷ ତାକୁ ନିଜ ହେପାଜତ ରେ ପାଳନ କରୁଛନ୍ତି । ବାଘ ଛୁଆ ମୃତ ପରେ ନନ୍ଦନକାନନ ରେ ଏବେ ବାଘ ମାନଙ୍କ ସଂଖ୍ୟା ୨୬ କୁ ହ୍ରାସ ପାଇଛି । ଗତ ୧୨ ତାରିଖ ରେ ନନ୍ଦନକାନନ ରେ ଗୋଟିଏ ଏକ ବର୍ଷିୟ ଅଣ୍ଡିରା ବାଘ ମୃତ୍ଯୁ ବରଣ କରିବା ପରେ ଆଜି ଆଉ ଏକ ବାଘ ଛୁଆ ପ୍ରାଣ ହରାଇବା ଘଟଣା କତ୍ତୃପକ୍ଷ ଙ୍କ ଚିନ୍ତା ବଢିଛି । ଏହା ସହିତ ପଶୁ ପ୍ରେମୀ ମାନେ ମଧ୍ଯ ବାଘ ମୃତ୍ଯୁ ନେଇ ଆଶ୍ଚର୍ୟ୍ଯ ହେଉଛନ୍ତି।