ଅନୁ ଗର୍ଗ ନୂଆ ମୁଖ୍ୟ ଶାସନ ସଚିବ

0

ଓଡ଼ିଆ ନ୍ୟୁଜ୍: ଅନୁ ଗର୍ଗ ନୂଆ ମୁଖ୍ୟ ଶାସନ ସଚିବ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବେ ଅନୁ।୧୯୯୧ ବ୍ୟାଚ୍‌ର IAS ଅଫିସର ଅନୁ ଗର୍ଗ।ଆସନ୍ତା ୩୧ରେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରିବ।  ମନୋଜ ଆହୁଜାଙ୍କ ସ୍ଥାନରେ ରାଜ୍ୟ ସରକାର ଅନୁ ଗର୍ଗଙ୍କୁ ଅବସ୍ଥାପିତ କରିଛନ୍ତି। ଏଥି ସହିତ ରାଜ୍ୟବାସୀଙ୍କୁ ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ମିଳିଛି। ଅନୁ ଗର୍ଗ ଆଉ ୩ବର୍ଷ ‌ପରେ ଅବସର ନେବେ।

ସୂଚନାଯୋଗ୍ୟ, ୧୯୯୧ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ରାଜ୍ୟର ମୁଖ୍ୟ ଶାସନ ସଚିବ ହେବେ ବୋଲି ପ୍ରାୟ ଦୁଇ ବର୍ଷ ହେବ ଚର୍ଚ୍ଚା ହୋଇ ଆସୁଥିଲା। ବିିଭିନ୍ନ ବିଭାଗରେ ଅନୁ ଗର୍ଗଙ୍କ କାର୍ଯ୍ୟଦକ୍ଷତା ରହିଛି। ସେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ସମେତ ଆହୁରି ଅନେକଗୁଡ଼ିଏ ବିଭାଗରେ କାମ କରିଛନ୍ତି। ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିବା ବେଳେ ସେ ଗୃହ ବିଭାଗର ଅତିରିକ୍ତ ଦାୟିତ୍ବ ମଧ୍ୟ ତୁଲାଇଥିଲେ।

Leave A Reply

Your email address will not be published.