ମହୋଦଧୀରେ ଭାସି ଆସିଲେ ଜଗନ୍ନାଥ

0

ଓଡ଼ିଆ ନ୍ୟୁଜ୍: ମହୋଦଧୀରେ କୁଆଡୁ ଆସିଲେ ଜଗନ୍ନାଥ ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଵାରେ ଲାଗିଛି । ଯାହା କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି । ତେବେ ଏହା କେଉଁ ସ୍ଥାନର ଘଟଣା ତାହା ବର୍ତ୍ତମାନ ସୁଦ୍ଧା ପୁରା ସ୍ପଷ୍ଟ ହୋଇପାରିନଥିବା ବେଳେ ଭିଡିଓକୁ ଦେଖିଲେ ଏହା ପୁରୀ ବେଳାଭୂମିର ଦୃଶ୍ୟ ବୋଲି ଅନୁମାନ କରାଯାଉଛି ।

ତେବେ କିଏ ଓ କାହିଁକି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂର୍ତ୍ତି ସମୁଦ୍ରରେ ଭସେଇଛି ସେନେଇ କିଛି ସ୍ପଷ୍ଟ ସୂଚନା ନଥିବା ବେଳେ ଏ ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି । ସମୁଦରରେ ମହାପ୍ରଭୁଙ୍କ ମୂର୍ତ୍ତି ଭାସୁଥିବାର ଦେଖି କିଛି ପର୍ଯ୍ୟଟକ ମୂର୍ତ୍ତିକୁ ପାଣି ଭିତରୁ ଆଣୁଥିବା ବେଳେ ଆଉ କିଛି ପର୍ଯ୍ୟଟକମାନେ ସେଲଫି ନେଉଛନ୍ତି।

Leave A Reply

Your email address will not be published.